Categories: ଜାତୀୟ

ଏଲ୍‌ଓସି ନିକଟରେ ଗ୍ରେନେଡ୍‌ ବିସ୍ଫୋରଣ, ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ୍‌…

ଶ୍ରୀନଗର,୧୮।୭ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଯବାନମାନେ ଡ୍ୟୁଟି କରୁଥିବା ସମୟରେ ହଠାତ୍‌ ଏକ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ କେତେକ ଯବାନ ଆହତ ହୋଇଥିବାବେଳେ ଚିକିତ୍ସା ସମୟରେ ଅଧିକାରୀ ଏବଂ ଜେସିଓଙ୍କର ମୃତ୍ୟୁ ଘଟିଛି। ଜମ୍ମୁର ପ୍ରତିରକ୍ଷା,ପିଆର୍‌ଓ ଏନେଇ ସୂଚନା ଦେଇଛନ୍ତି। ଏହି ଘଟଣାରେ ଅନ୍ୟ ଚାରି ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ସେମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଜଣେ ସେନା ଅଧିକାରୀ କହିଛନ୍ତି ଯେ ମେଣ୍ଡର ସେକ୍ଟରରେ ଲାଇନ ଅଫ କଣ୍ଟ୍ରୋଲରେ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଜଣେ ଅଧିକାରୀ ଏବଂ ଜେସିଙ୍କ ସମେତ ୬ ଜଣ ସେନା କର୍ମଚାରୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ଉଦାମପୁରର ଆର୍ମି କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ଜଣେ ଅଧିକାରୀ ଏବଂ ଜେସିଓଙ୍କ ମୃତ୍ୟୁ ଘଟିଥିଲା। କ୍ୟାପଟେନ ଆନନ୍ଦ ଏବଂ ନାଏବ ସୁବେଦାର ଭଗବାନ ସିଂ ଶହୀଦ୍‌ ହୋଇଥିବା ଜଣାପଡିଛି। ଏହି ମାମଲାରେ କୋର୍ଟ ଅଫ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି।

Share