ଦେବଦୂତ ସାଜିଲେ ଡେଲିଭରୀ ବୟ

ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା ପୂର୍ବ ଚୀନର ହ୍ୟାଙ୍ଗଝୋଉ ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଭିଡିଓରେ, ଦୁର୍ଘଟଣା ପରେ ଜଣେ ମହିଳାଙ୍କ ଉପରେ ଏକ କାର ଚଢିଯାଇଛି। ଫଳରେ ମହିଳା ଜଣକ କାର୍‌ ଚକା ତଳେ ଚାପି ହୋଇ ରହିଛନ୍ତି। ପରେ କିଛି ଡେଲିଭରୀ ବୟ ଘଟଣାସ୍ଥଳରେ ପହଞ୍ଚି ୧୧ ସେକେଣ୍ଡରେ କାରକୁ ଉଠାଇ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ପିପୁଲ୍ସ ଡେଲି ଚାଇନା ଟୁଇଟର ହ୍ୟାଣ୍ଡେଲରେ ଏହି ଭିଡିଓ ଶେୟାର ହୋଇଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।

Share