ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ ଶିକାର ପାଇଁ ପାହାଡ ଉପରୁ ଲମ୍ଫ ପ୍ରଦାନ କରୁଛି ତ ଆଉ କେତେବେଳେ ସିଂହ-ବାଘ ମଧ୍ୟରେ ଲେଢଇ ଦେଖିବାକୁ ମିଳିଛି। ବର୍ତ୍ତମାନ ସିଂହପଲ ଏକ ଗଧକୁ ଶିକାର କରୁଥିବା ଭିଡିଓ ଭାଇରାଲ ହୋଇଛି। ଗୁଜରାଟର ଆମରେଲି ଜିଲା ମୋରଜ ଗ୍ରାମ ବସ୍ଷ୍ଟାଣ୍ଡରେ ଏହି ଘଟଣା ଦେଖିବାକୁ ମିଳିଛି।
ଭିଡିଓରେ ଦେଖାଯାଇଛି, ୨ଟି ସିଂହ ଏକ ଗଧକୁ ଆକ୍ରମଣ କରୁଛନ୍ତି। ଆଉ କିଛି ସିଂହ ରାସ୍ତା ଉପରେ ଖୁଲମ୍ଖୁଲା ବିଚରଣ କରୁଛନ୍ତି। ପରେ ପୋଲିସ ଓ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ସିଂହଙ୍କୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି।