ଧାନ କିଣିଲେ ମହିଳା ଗୋଷ୍ଠୀ

ରୂପସା,୨।୧(ଡି.ଏନ.ଏ.): ବାଲେଶ୍ୱର ସଦରବ୍ଲକ ଅନ୍ତର୍ଗତ ଆଙ୍କୋ ପଞ୍ଚାୟତରେ ବିଧାୟକ ସ୍ବରୂପ କୁମାର ଦାସ ସୋମବାର ଜିପିଏଲ୍‌ଏଫ୍‌ର ଧାନମଣ୍ଡି ଉଦ୍‌ଘାଟନ କରିଛନ୍ତି। ମହିଳାମାନେ ପ୍ରଥମ ଥର ଧାନ କିଣିଥିବାରୁ ବିଧାୟକ ସେମାନଙ୍କୁ ମଣ୍ଡିରେ କୃତଜ୍ଞତା ଜ୍ଞାପନ କରିଥିଲେ। ସମସ୍ତ ଚାଷୀ କିପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେ ନେଇ ବିଧାୟକ ଆଲୋଚନା କରିଥିଲେ।
ଏହି ସଭାରେ କସିପଦା ସମିତି ସଭାପତି ଶ୍ରୀମତୀ ପଟ୍ଟନାୟକ, ଜିଲାପରିଷଦ ସଦସ୍ୟ ସଞ୍ଜୟ ସେଠୀ, ଆଙ୍କୋ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ବେହେରା, କସିପଦା ସରପଞ୍ଚ ଗଙ୍ଗାମଣି ବେହେରା, ସମିତି ସଭ୍ୟା ସିନଗ ହଁାସଦା, ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ସାମାଜିକ କର୍ମୀ ଶକ୍ତିପଦ ରାୟ, ଜିପିଏଲ୍‌ଏଫ୍‌ର ସଭାପତି ସଂଯୁକ୍ତା ପଣ୍ଡା, ସମ୍ପାଦକ ଉର୍ମିଳା ଗିରି ପ୍ରମୁଖ ଉପସ୍ଥିତ ଥିଲେ।

Share