Categories: ଜାତୀୟ

ରାହୁଲଙ୍କ ବାହାଘର ଶୀଘ୍ର କରିବାକୁ ସୋନିଆଙ୍କୁ ପରାମର୍ଶ ଦେଲେ ମହିଳା କୃଷକ ଗୋଷ୍ଠୀ, ଝିଅ ଖୋଜିବାକୁ କହିଲେ ସୋନିଆ…

ନୂଆଦିଲ୍ଲୀ,୨୯।୭ : କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ କଥାବାର୍ତ୍ତା ବେଳେ ହରିୟାଣାର କିଛି ମହିଳା କୃଷକ କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିବାହ ଶୀଘ୍ର କର ଏବଂ ଏହାର ଉତ୍ତରରେ ସୋନିଆ ତାଙ୍କ ପୁଅ ପାଇଁ ଝିଅ ଖୋଜିବାକୁ କହିଛନ୍ତି। ଏହା ଉପରେ ରାହୁଲ ଗାନ୍ଧୀ କହିଥିଲେ ’ଏହା ଆଗକୁ ଘଟିବ! ସୋନିଆ ଗାନ୍ଧୀଙ୍କ ବାସଭବନରେ ଆୟୋଜିତ ମଧ୍ୟାହ୍ନ ଭୋଜନରେ ଗାନ୍ଧୀ ପରିବାରକୁ ଭେଟିବା ପରେ ମହିଳା ଗୋଷ୍ଠୀର ଏହି ଚିନ୍ତା ସାମ୍ନାକୁ ଆସିଥିଲା। ଯାହା ରାହୁଲ ଗାନ୍ଧୀଙ୍କୁ ତାଙ୍କ ଅଞ୍ଚଳ ଗସ୍ତ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ପ୍ରତିଶ୍ରୁତି ପାଳନ କରି ପୂର୍ବତନ କଂଗ୍ରେସ ମୁଖ୍ୟ ହରିୟାଣାର ସୋନିପତ ଜିଲାର କିଛି ମହିଳା କୃଷକଙ୍କୁ ତାଙ୍କ ମା’ଙ୍କ ଘରକୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନଙ୍କ ସହ ରାତ୍ରୀ ଭୋଜନ କରିଥିଲେ।

୧୦ ଜନପଥ ବାସଭବନରେ ଏକ ବାର୍ତ୍ତାଳାପ ସମୟରେ ଜଣେ ମହିଳା ସୋନିଆ ଗାନ୍ଧୀଙ୍କୁ ‘ରାହୁଲଙ୍କର ବିବାହ ଶୀଘ୍ର କରିବାକୁ’ କହିଥିଲେ ଯେଉଁଥିରେ ସୋନିଆ ଗାନ୍ଧୀ ତାଙ୍କୁ କହିଥିଲେ ତୁମେ ତାଙ୍କ ପାଇଁ ଗୋଟିଏ ଝିଅ ଖୋଜ । ଏହା ଉପରେ ରାହୁଲ ଗାନ୍ଧୀ କହିଥିଲେ ହଁ ଏହାହିଁ ହେବ। ଏହାର ଏକ ଭିଡିଓରେ, ତାଙ୍କୁ ଜଣେ ମହିଳାଙ୍କ ଖାଦ୍ୟ ଖୁଆଇ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାମାନଙ୍କୁ କହିଥିଲେ ରାହୁଲ ପିଲାଦିନେ ତାଙ୍କ ଅପେକ୍ଷା ଅଧିକ ଚଗଲାମି କରୁଥିଲେ।

ଉଲ୍ଲେଖନୀୟ କଥା ହେଉଛି, ଜୁଲାଇ ୮ ରେ ରାହୁଲ ଗାନ୍ଧୀ ହଠାତ ସୋନିପତର ମଦିନା ଗ୍ରାମରେ ଅଟକି ଯାଇଥିଲେ। ସେ ଲୋକଙ୍କ ସହ କଥାବାର୍ତ୍ତା କରି କ୍ଷେତରେ କାମ କରୁଥିବା ଚାଷୀଙ୍କ ସହ ସମୟ ବିତାଇଲେ।
ରାହୁଲ ଗାନ୍ଧୀ ଧାନ ତଳି ରୋଇବାରେ ମଧ୍ୟ ଭାଗ ନେଇଥିଲେ, ଟ୍ରାକ୍ଟର ଚଲାଇ କ୍ଷେତରେ କାମ କରୁଥିବା ମହିଳା ଚାଷୀ ଆଣିଥିବା ଖାଦ୍ୟ ଖାଇଥିଲେ। ଏହା ପରେ ରାହୁଲ ଗାନ୍ଧୀ ତାଙ୍କୁ ପ୍ରତିଶଶ୍ରୁତି ଦେଇଥିଲେ ସେ ତାଙ୍କୁ ଦିଲ୍ଲୀ ଦେଖାଇବାକୁ ଡାକିବେ। କାରଣ ମହିଳାମାନେ କହିଥିଲେ ଏତେ ନିକଟ ହୋଇଥିଲେ ମଧ୍ୟ ସେମାନେ କେବେ ଦିଲ୍ଲୀ ଯାଇନାହାଁନ୍ତି। ତାଙ୍କ ଗସ୍ତ ସମୟରେ ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ କୃଷକ ମହିଳାମାନଙ୍କ ବିଷୟରେ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କ ବାସଭବନରେ ସେମାନଙ୍କୁ ଭୋଜନ ପାଇଁ ନିମନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଶନିବାର ଏହାର ଭିଡିଓ ଶେୟାର କରି ରାହୁଲ ଗାନ୍ଧୀ ହିନ୍ଦୀରେ ଏକ ଟୁଇଟରେ କହିଛନ୍ତି, ମା, ପ୍ରିୟଙ୍କା ଏବଂ ମୋ ପାଇଁ ସ୍ମରଣୀୟ ଦିନ, କିଛି ବିଶେଷ ଅତିଥିଙ୍କ ସହ! ସୋନିପତୀ କୃଷକ ଭଉଣୀମାନଙ୍କର ଦିଲ୍ଲୀ ଦର୍ଶନ, ଘରେ ସେମାନଙ୍କ ସହିତ ରାତ୍ରୀ ଭୋଜନ ଏବଂ ଅନେକ ମଜାଦାର ଜିନିଷ।

Share