Categories: ବାଣିଜ୍ୟ

ପ୍ରଥମ ତ୍ରୈମାସିକରେ ୩୨%ର ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ,୨୦।୮: ଦେଶର ପ୍ରମୁଖ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାବେଳେ ୨୦୨୪-୨୫ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ପ୍ରଥମ ତ୍ରୈମାସିକରେ କମ୍ପାନୀ କାରବାର ୩୨% ଅଭିବୃଦ୍ଧି ହାସଲ କରିଛି, ଏହି ଅଭିବୃଦ୍ଧି ହାର ବଜାରର ଅଭିବୃଦ୍ଧିଠାରୁ ଯଥେଷ୍ଟ ଅଧିକ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି କମ୍ପାନୀ ପ୍ରଥମ ତ୍ରୈମାସିକରେ ୨,୬୦୩ କୋଟି ଟଙ୍କାର ମୋଟ ପ୍ରତ୍ୟକ୍ଷ ପ୍ରିମିୟମ ହାସଲ କରିଛି। ଏହା ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମଜଭୁତ ବଜାର ସ୍ଥିତି ଏବଂ ଅଭିବୃଦ୍ଧିକୁ ସୂଚାଉଛି। କମ୍ପାନିର ଟିକସ ପୂର୍ବବର୍ତ୍ତୀ ଲାଭ ୨୪୪କୋଟି ଟଙ୍କା ରହିଛି, ଯାହା ଗତ ୨୦୨୩-୨୪ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସ ତୁଳନାରେ ୧୫୯% ଅଧିକ ବୋଲି କୁହାଯାଇଛି। ଏପରିକି ଏହାର ସଲଭେନ୍ସି ଅନୁପାତ ୨.୨୧ରହିଛି, ଯାହା ନିୟାମକ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ରହିଛି। ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଘରୋଇ ବୀମା କ୍ଷେତ୍ରରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଘରୋଇ କମ୍ପାନୀମାନଙ୍କ ମଧ୍ୟରେ ଏହା ୫.୪୧% ବଜାର ଅଂଶ ହାସଲ କରିଛି, ଯାହା ଗତ ବର୍ଷ ସମାନ ସମୟରେ ୪.୮୨% ଥିଲା। ଏ ସମ୍ପର୍କରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ତଥା ସିଇଓ ନବୀନ ଚନ୍ଦ୍ର ଝା କହିଛନ୍ତି, ଆମର ଦୃଢ଼ ବ୍ୟବସାୟିକ ରଣନୀତି ଏବଂ ଗ୍ରାହକକେନ୍ଦ୍ରିକ ଆଭିମୁଖ୍ୟ ପାଇଁ ୨୦୨୪-୨୫ ଆର୍ଥତ୍କ ବର୍ଷର ପ୍ରଥମ ତ୍ରୈମାସିକରେ ୩୨% ଅଭିବୃଦ୍ଧି ହାସଲ କରିଥିବାରୁ ଆମେ ବେଶ ଉତ୍ସାହିତ ଅଛୁ। ଏପରିକି ଆମେ ଆମର ଫଳାଫଳ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ଏବଂ ଲାଭଜନକ ଅଭିବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Share