ରାଜଧାନୀରେ ପୁଣି ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ଘର ଆଗରୁ ଛଡ଼ାଇନେଲେ ସୁନାଚେନ୍‌

ଭୁବନେଶ୍ୱର,୧୯ା୬(ସୁନିତ୍‌ ମିଶ୍ର): ରାଜଧାନୀରେ ପୁଣି ମାତିଲେ ଲୁଟେରା। ଘର ଆଗରେ ଛିଡ଼ା ହୋଇଥିବା ବେଳେ ରବିବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ବାଇକ୍‌ରେ ଆସି ସୁନା ଚେନ୍‌ ଓ ବ୍ରେସଲେଟ୍‌ ନେଇ ପଳାଇଛନ୍ତି। ବିରୋଧ କରିବାରୁ ବନ୍ଧୁକ ଦେଖାଇ ମାରିବାକୁ ଧମକ ଦେଇଥିଲେ। ଏନେଇ ଲୁଟ୍‌ର ଶିକାର ହୋଇଥିବା ଅଶୋକ କୁମାର ସ୍ବାଇଁ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଇନି।

Share