ଗଡିଆରୁ ଅଧା ପୋତା ମୃତଦେହ ଉଦ୍ଧାର

ବିଶୋଇ,୧।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତ କାଶିପେଣ୍ଟ ଗ୍ରାମର ୨୦୦ ମିଟର ଦୂରରେ ଥିବା କରଞ୍ଜ ଝରଣା ବିଲ ଗଡିଆରୁ ଅଧା ପୋତା ମୃତଦେହ ଉଦ୍ଧାର ହୋଇଛି। ସୂଚନାମୁତାବକ, ସୋମବାର ସାରେ ନିକଟସ୍ଥ ଗ୍ରାମବାସୀ କୌଣସି କାମ ପାଇଁ ବିଲ ଭିତରେ ଥିବା ଉକ୍ତ ଗଡିଆ ନିକଟକୁ ଯାଇଥିବା ବେଳେ ଅଧା ପୋତା ହୋଇଥିବା ମୃତଦେହ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଗ୍ରାମବାସୀ ଗ୍ରାମର ଓ୍ବାର୍ଡମେମ୍ବର ଦୁର୍ଗା ଚରଣ ସିଂଙ୍କୁ ଜଣାଇଥିଲେ। ଖବରପାଇବା ପରେ ଲୁହାକାନୀ ସରପଞ୍ଚ ସାଲମା ଟୁଡୁ ସମିତି ସଦସ୍ୟ ଦୀଲିପ କୁମାର ଗିରି ,ନାଏବ ସରପଞ୍ଚ ଜଗମୋହନ ନାଏକଙ୍କୁ ଖବର ଦେଇଥିଲେ। ଖବରପାଇ ମଙ୍ଗଳବାର ସକାଳୁ ସମସ୍ତେ ଘଟଣାସ୍ଥଳରେ ପହଞ୍ଚିବା ସହିତ ବିଶୋଇ ପୋଲିସ ମଧ୍ୟ ପହଞ୍ଚିଥିଲା । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଘଟଣାକୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନ ଥିବାବେଳେ ମୃତଦେହକୁ ମାଟି ଭିତରୁ ଉଦ୍ଧାର କରାଯାଇ ନ ଥିବାରୁ ବର୍ତ୍ତମାନ ସୁଦ୍ଧା ମୃତଦେହ ଚିହ୍ନଟ ହୋଇପାରିନାହିଁ।

Share