Categories: ଜାତୀୟ

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ଘଟଣାସ୍ଥଳରୁ ମିଳିଲା ଅଧାଜଳା କପଡ଼ା, ପଲିଥିନ

ନୂଆଦିଲ୍ଲୀ,୩୦ ।୧: ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପରେ ଯାଞ୍ଚ ଏଜେନ୍ସି ସକ୍ରିୟ ହୋଇଉଠିଛି । ଶନିବାର ଘଟଣାସ୍ଥଳରୁ ଏନ୍‌ଏସ୍‌ଜି ଟିମ୍‌କୁ ଅଧାଜଳା କପଡା ଓ ପଲିଥିନ୍ ମିଳିଛି ଯାହାର ଯାଞ୍ଚ କରାଯାଉଛି । ଗୋଟିଏ ପଟେ ଦିଲ୍ଲୀ ପୋଲିସର ହାତ ଖାଲିଥିବା ବେଳେ ଅନ୍ୟପଟେ ଏନ୍‌ଏସ୍‌ଜି ଟିମ୍ ଯାଞ୍ଚ କଡାକଡି କରିଛି । ସେପଟେ ପୋଲିସ ରାଜଧାନୀ ଦିଲ୍ଲୀରେ ରହୁଥିବା ଇରାନ ନାଗରିକଙ୍କୁ ପଚରା ଉଚରା କରୁଛି । ତେବେ ଯେଉଁମାନଙ୍କର ଭିଜା ଅବଧି ଶେଷ ହୋଇ ଗଲାଣି ସେମାନଙ୍କ ମଧ୍ୟରୁ ମଧ୍ୟ କେତେ ଜଣଙ୍କୁ ପଚରା ଉଚରା କରାଯାଉଛି । ସୂଚନାଯୋଗ୍ୟ, ଏହି ବିସ୍ଫୋରଣ ପଛର ରହସ୍ୟ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏକ ଆତଙ୍କବାଦୀ ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିଛି ।

Share