ମାଙ୍କଡଙ୍କ ପାଇଁ ହେଲା ଝୁଲନ୍ତା ଚଲାପଥ

କେନ୍ଦୁଝର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲାର ଜୁଡିଆ, କାଞ୍ଜିପାଣି ଘାଟିରେ ବନ ବିଭାଗ ପକ୍ଷରୁ ମାଙ୍କଡଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଏହି ଚଲାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଜାତୀୟ ରାଜପଥ ଅତିକ୍ରମ କରିପାରିବେ। ମାଙ୍କଡମାନେ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନିକ ହଜାର ହଜାର ସଂଖ୍ୟାରେ ଭାରୀଯାନ ସମେତ ବହୁ ଗାଡି ଚଳାଚଳ କରୁଥିବାରୁ ଅନେକ ସମୟରେ ସେମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ନିଷ୍ପତ୍ତି ନେଇଛି।

Share