ଆମ ଦେଶର ପାରମ୍ପରିକ ରୀତିନୀତି ଅନୁସାରେ ବର୍ଷକ ୬ ଋତୁ ବୋଲି ବିବେଚନା କରାଯାଇଥାଏ। ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ସତର୍କଘଣ୍ଟି ସାଜିଛି। ଜଙ୍ଗଲ ଧ୍ୱଂସ କରିବା, ବୃକ୍ଷରୋପଣ ନ କରିବା, ସବୁଜ ବନାନିକୁ କାଟି ନଷ୍ଟ କରିବା ଦ୍ୱାରା ଜଳବାୟୁରେ ଅମ୍ଳଜାନ ପରିମାଣ ହ୍ରାସ ପାଉଛି। ଅପରପକ୍ଷେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ଦିନକୁ ଦିନ ବଢ଼ି ଚାଲିଛି। ବିଜ୍ଞାନ ମତାନୁଯାୟୀ ମାନବ ଜାତି ପୃଥିବୀ ପୃଷ୍ଠରେ ତିଷ୍ଠି ରହିବା ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି। ତେଣୁ ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରାଯାଇପାରିବ, ସେ ନେଇ ଚେଷ୍ଟା କରାଯିବା ଜରୁରୀ। ଏ ନେଇ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବରେ ପାଳନ କରାଯାଇଥାଏ।
ଆଜିର ମନୁଷ୍ୟ ନିଜର କ୍ଷଣସ୍ଥାୟୀ ଉପଯୋଗିତାକୁ ଗୁରୁତ୍ୱ ଦେଇ, ଦୀର୍ଘବର୍ଷ ଧରି ବଣଜଙ୍ଗଲରେ ବଞ୍ଚତ୍ ରହିଥିବା ବିଶାଳକାୟ ବୃକ୍ଷଗୁଡ଼ିକୁ କାଟି ସଫା କରିଦେଉଛି। ନିଜର ସୁବିଧା ପାଇଁ ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ହେତୁ ବହୁମୂଲ୍ୟ ପ୍ରାକୃତିକ ସମ୍ପଦ ଅଳ୍ପ ସମୟ ମଧ୍ୟରେ ଜଳିପୋଡି ପାଉଁଶ ହେଇଯାଉଛି। ଏହାଦ୍ୱାରା ବଣଜଙ୍ଗଲରେ ବାସ କରୁଥିବା ବାଘ, ଭାଲୁ, ବାର୍ହା, ହାତୀ, ସର୍ପ ଆଦି ବିଭିନ୍ନ ବନ୍ୟଜନ୍ତୁ ସମୂହ ଗ୍ରାମାଭିମୁଖୀ ହେଉଛନ୍ତି। ସେମାନଙ୍କ ଆକ୍ରମଣରେ ଧନଜୀବନ ହାନି ହେଉଛି।
ପ୍ରକୃତି ଓ ପରିବେଶ ଅସନ୍ତୁଳିତ ରହିଲେ ତାହା ପ୍ରାଣିଜଗତ ପାଇଁ କ୍ଷତିକାରକ। ତେଣୁ ସୁସ୍ଥ ଓ ଦୀର୍ଘାୟୁ ପାଇଁ ଉତ୍ତମ ପରିବେଶ ନିହାତି ଜରୁରୀ। ଏହାର ଆଶୁ ପ୍ରତିକାର ନିମନ୍ତେ ଆମର ବାସଗୃହ ତଥା ପାରିପାଶର୍ବିକ ସ୍ଥାନରେ ବୃକ୍ଷରୋପଣର ଆବଶ୍ୟକତା ରହିଛି।
– ଡା. ବସନ୍ତ କୁମାର ଷଢ଼ଙ୍ଗୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭