ଖରାପ କିଡ୍‌ନୀ ବଦଳରେ କାଢ଼ି ନେଲେ ସୁସ୍ଥ କିଡ୍‌ନୀ, ତାପରେ…

ନୂଆଦିଲ୍ଲୀ,୨।୬: ଜଣେ ମହିଳାଙ୍କ ପେଟରୁ ଖରାପ କିଡନୀ ବଦଳରେ ସୁସ୍ଥ କିଡନୀ କାଢ଼ି ନେଇଛନ୍ତି ଡାକ୍ତର। ରାଜସ୍ଥାନ ଝୁନ୍‌ଝୁନ୍‌ର ମହିଳାଙ୍କ ପରିବାର ଡାକ୍ତରଙ୍କ ନାମରେ ଗୁରୁତର ଅଭିଯୋଗ ଅଣିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନୂଆ ଭିଲେଜ ଅଞ୍ଚଳର ୩୦ ବର୍ଷୀୟ ଇଦ୍‌ ବାନୋ କିଡ୍‌ନୀ ରୋଗରେ ପୀଡ଼ିତ ହୋଇଥିଲେ। ଏନେଇ ସେ ଅପରେଶନ ପାଇଁ ଧନଖର ହସ୍ପିଟାଲ ଯାଇଥିଲେ। ଆବଶ୍ୟକ ପରୀକ୍ଷା ପରେ ଡାକ୍ତର ଧନଖର ତାଙ୍କର ଡାହାଣ ପାର୍ଶ୍ୱ କିଡ୍‌ନୀ ଖରାପ ଥିବା ଜଣାଇଥିଲେ । ତୁରନ୍ତ ଏହାକୁ ଅପରେସନ କରି ବାହାର କକିବାକୁ କହିଥିଲେ।

ବାନୋଙ୍କ ପରିବାର ଏନେଇ ସମ୍ମତି ଦେବା ପରେ ଡାକ୍ତର ଅପରେଶନ କରିଥିଲେ। ହେଲେ ଅପରେଶନ ଦୁଇ ଦିନପରେ ବାନୋଙ୍କ ଦେହ ପୁଣି ଖରାପ ହେବାରୁ ସେ ପୁଣି ଉକ୍ତ ହସ୍ପିଟାଲକୁ ଆସିଥିଲେ। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ଜୟପୁର ହସ୍ପିଟାଲକୁ ରେଫର କରିଦେଇଥିଲେ। ଏପରିକି ଅପରେସନ କଥା କାହାକୁ ନ ଜଣାଇବାକୁ କହିଥିଲେ। ପରେ ସେ ସୱାଇମାନ ସିଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ପରିବାର ଧନଖର ଖରାପ କିଡନୀ ବଦଳରେ ଭଲ କିଡନୀ କାଢ଼ିନେଇଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ବାନୋଙ୍କ ସ୍ବାମୀ ଡାକ୍ତରଙ୍କ ନାମରେ ମାମଲା ଦାଏର କରିଛନ୍ତି। ଏହି ଘଟଣାରେ ମୁଖ୍ୟସ୍ବାସ୍ଥ୍ୟ ଅଧିକାରୀ ୫ ଜଣିଆ ଟିମ୍‌ ଗଠନ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

Share