Categories: ଖେଳ

କାଳେ ଖେଳ ସମୟରେ ହୋଇଯିବ ହାର୍ଟ ଆଟାକ: ପାକିସ୍ତାନୀ ଖେଳାଳିଙ୍କୁ ମୃତ୍ୟୁ ଭୟ !…

ଇସଲାମାବାଦ,୨୬।୮ : ପାକିସ୍ତାନ କ୍ରିକେଟ ଦଳର ଜଣେ ଯୁବ ଖେଳାଳିଙ୍କୁ ନେଇ ଏବେ ସବୁଆଡେ ଆଲୋଚନା କରାଯାଉଛି। ଭାରତ ବିପକ୍ଷ ଏସିଆ କପରେ ତାଙ୍କ ଡେବ୍ୟୁକୁ କ୍ରିକେଟ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ନିକଟରେ ଆଫଗାନିସ୍ତାନ ବିପକ୍ଷ କଡ଼ାମୁକାବିଲା ରୋମାଞ୍ଜକର ମ୍ୟାଚରେ, ଶେଷ ଓଭରରେ ସେ ଦଳକୁ ଜିତାଇଥିଲେ। ପରେ ସେ କହିଥିଲେ ତାଙ୍କୁ କାଳେ ହାର୍ଟ ଆଟାକ ହୋଇପାରେ ବୋଲି ସେ ଭୟ କରୁଛନ୍ତି।
ପାକିସ୍ତାନର ୨୦ ବର୍ଷୀୟ ଦ୍ରୁତ ବୋଲର ନସିମ ଶାହା ଆଜିକାଲି ତାଙ୍କ ବୋଲରଙ୍କ ଅପେକ୍ଷା ବ୍ୟାଟିଂ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି।

ନିକଟରେ ପାକିସ୍ତାନ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ପଞ୍ଜିକରଣ କରିଛି। ଶେଷ ଓଭରରେ ନାସିମ ଚାରିଟି ଚୌକା ସହ ଦଳ ପାଇଁ ବିଜୟ ଆଣିଥିଲେ। ଗତ ବର୍ଷ ମଧ୍ୟ ଏସିଆ କପ ସମୟରେ ସମାନ ମ୍ୟାଚରେ ସେ ଲଗାତାର ଦୁଇଟି ଛକା ମାରି ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନକୁ ବିଜୟ ଦେଇଥିଲେ।

ନାସିମ ଶାହାଙ୍କ ମ୍ୟାଚ ପରବର୍ତ୍ତୀ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଚାପ ବିଷୟରେ କହୁଥିବାର ନଜର ଆସିଥିଲେ। ସେ କହିଛନ୍ତି, ମୁଁ କହିବାକୁ ଚାହେଁ ମୋ ପର୍ଯ୍ୟାୟ ଯଥା ସମ୍ଭବ ଶେଷ ହେବା ଉଚିତ। ନଚେଚ ଦିନେ ଏପରି ମ୍ୟାଚ ସମୟରେ ମୁଁ ହାର୍ଟ ଆଟାକ ମରିଯିବାର ଭୟ ରହିବ। ସମସ୍ତଙ୍କୁ ଧନ୍ୟବାଦ ମୁଁ ଏହା କରିବାକୁ ସକ୍ଷମ ହେଲି ।

ଯେତେବେଳେ ବି ମୁଁ ଏକ ପରିସ୍ଥିତିକୁ ଯାଏ, ମୁଁ ନିଜ ଉପରେ ବିଶ୍ୱାସ କରେ । ଆମକୁ ଏହି ବିଜୟର ବହୁତ ଆବଶ୍ୟକତା ଥିଲା ।

Share