Categories: ଖେଳ

ଡବଲିନ୍‌ରେ ବର୍ଷା, ଟସ୍‌ରେ ବିଳମ୍ବ

ଡବଲିନ,୨୩।୮: ବର୍ଷା ଯୋଗୁ ପ୍ରଭାବିତ ହୋଇପାରେ ଭାରତ-ଆୟର୍ଲାଣ୍ଡ ୩ୟ ଟି୨୦। ପୂର୍ବରୁ ପ୍ରଥମ ଟି୨୦ ମଧ୍ୟ ପ୍ରଭାବିତ ହୋଇଥିଲା। ପରେ ଡିଏଲ୍‌ଏସ୍‌ ନିୟମାନୁଯାୟୀ ଭାରତ ବିଜେତା ହୋଇଥିଲା। ତେବେ ବୁଧବାର ମଧ୍ୟ ବର୍ଷା ହେଉଥିବାରୁ ନିର୍ଦ୍ଧାରିତ ସମୟରେ ଟସ୍‌ ପଡ଼ିପାରି ନାହିଁ।

କହିରଖୁଛୁ, ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ତୃତୀୟ ମୁକାବିଲା ଭାରତ ଲାଗି ଗୁରୁତ୍ୱ ବହନ କରୁଛି। କାରଣ ପୂର୍ବରୁ ଦୁଇଟି ମ୍ୟାଚ୍‌ ଜିତିଥିବାରୁ ଜସପ୍ରିତ ବୁମ୍‌ରାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ସିରିଜରେ କ୍ଲିନ୍‌ ସୁଇପ୍‌ ଆଶା ରଖିଛି।

Share