ତେଲନଦୀକୁ ଡେଇଁ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର ଅଫିସ/ଗୁଡଭେଲା,୨୮ା୧୧(ଡି.ଏନ.ଏ.): ତୁଷରା ତେଲନଦୀ ପୋଲ ଉପରୁ ଶୁକ୍ରବାର ଜଣେ ଦିବ୍ୟାଙ୍ଗ ଯୁବକ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ପୋଲିସ ଟିମ୍‌ ସମ୍ପକ୍ତ ଯୁବକଙ୍କୁ ନଦୀରୁ ଉଦ୍ଧାର କରିଛି। ପ୍ରେମରେ ବିଫଳ ପରେ ସେ ଏପରି ପଦକ୍ଷେପ ଗ୍ରହଣ କରିଥିବା ଚର୍ଚ୍ଚାର ହେଉଛି । ବଲାଙ୍ଗୀର ଜିଲା ବେଲପଡା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବକ ନିଜର ତିନିଚକିଆ ମୋଟର ସାଇକେଲ (ନଂ.ଓଆର୧୭ଜେ ୬୯୩୬)ରେ ଅପରାହ୍ମ ପ୍ରାୟ ୩ଟାରେ ପୋଲ ଉପରକୁ ଆସି ନଦୀକୁ ଡେଇଁ ପଡିଥିଲେ। ନଦୀରେ କମ୍‌ ପାଣି ଥିବାରୁ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ପରେ ତାଙ୍କୁ ତୁଷରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି । ସମ୍ପୃକ୍ତ ଯୁବକ କୁଆଡ଼େ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ତାଙ୍କ ପରିବାର ଲୋକ ଏଥିରେ ବାଧା ଦେବାରୁ ଏବଂ ସମ୍ପୃକ୍ତ ଯୁବତୀଙ୍କ ବିବାହ ଅନ୍ୟତ୍ର ହୋଇଯାଇଥିବାରୁ ଏହାକୁ ସହି ନ ପାରି ସେ ଆତ୍ମହତ୍ୟା କରିବାକୁ ସ୍ଥିର କରିଥିବା ପୋଲିସକୁ ସୂଚନା ଦେଇଛନ୍ତି ।

Share