Advertisement

ଝାଡ଼େଶ୍ୱରୀ ଦେବୀ ପୀଠ ବନ୍ଧରେ ଘୁରି ବୁଲୁଛନ୍ତି ୧୩ ଟିକିଆ ହାତୀପଲ

ଶରଣକୁଳ/ନୟାଗଡ଼,୧୩।୧( ଦୀପକ କର/ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ପଞ୍ଚରିଡା ରେଞ୍ଜର ଶରଣକୁଳ କାର୍ଯ୍ୟାଳୟ ନିକଟସ୍ଥ ଝାଡେଶ୍ୱରୀ ଦେବୀ ପୀଠ ବନ୍ଧରେ ହାତୀପଲକୁ ଶୁକ୍ରବାର ରାତିରେ ଦେଖିବାକୁ ମିଳିଛି। ହାତୀପଲରେ ଦନ୍ତାହାତୀ, ୨ ଛୋଟ ପିଲା ସମେତ ୧୩ଟି ହାତୀ ରହିଥିବା ପଞ୍ଚାରିଡା ବନପାଳ ସୁମନ୍ତ ପରିଡାଙ୍କ ସୂତ୍ରରୁ ଜଣାପଡିଛି।

ଖାଦ୍ୟ ଅନ୍ବେଷଣରେ ହାତୀପଲ ଶରଣକୁଳ ଜନବସତି ଅଞ୍ଚଳକୁ ଯିବା ପାଇଁ ଉଦ୍ୟମ କରୁଛନ୍ତି। ହେଲେ ଝାଡେଶ୍ୱରୀଠାରେ ଇକୋଟୁରିଜମ ପାର୍କର କାଣ୍ଟାବାଡ଼ ସେମାନଙ୍କ ଗତିପଥକୁ ଅବରୋଧ କରୁଛି। ଅନ୍ୟପକ୍ଷେ ଭଣ୍ଡାର ପାହାଡ଼ ଉପରକୁ ଯାଇ ପାରୁନାହାନ୍ତି।

ହାତୀପଲ ଝାଡେଶ୍ୱରୀ ମନ୍ଦିର ଓ ଭଣ୍ଡାର ପାହାଡ଼ ପାଦ ଦେଶରେ ଘୂରି ବୁଲୁଛନ୍ତି। ବନ୍ଧ ନିକଟରେ ୩୩ କେଭି ବିଦ୍ୟୁତ ଲାଇନ ପାଖରେ ଥିବା ସବଷ୍ଟେଶନ ଯାଇ ଥିବାରୁ ହାତୀମାନେ ଏହା ସଂସ୍ପର୍ଶରେ ଆସିଯିବା ସମ୍ଭାବନା ଦୃଷ୍ଟିକୁ ରଖି ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଛି । ସେପଟେ ପଞ୍ଚରିଡ଼ା ବନ ବିଭାଗ ପକ୍ଷରୁ ବାଣ ଫୁଟାଇ ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା ଜାରି ରହିଛି। ଶୁକ୍ରବାର ପୂର୍ବାହ୍ନରେ ହାତୀପଲ ହରିହରପୁର ପଞ୍ଚାୟତର ପଥରଗଡ ଡୁବୁରୀରେ ଥିଲେ। ପୂର୍ବରୁ ହାତୀପଲ ଫାସିପଲ୍ଲୀ ନୂଆଗଁା ଜଙ୍ଗଲରେ ରହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share