ପାଟଣା,୧୦।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨୩ ଟିକିଆ ବଣୁଆ ଝାଡ଼ଖଣ୍ଡୀ ହାତୀଙ୍କ ଉତ୍ପାତ ଜାରି ରହିଛି। ଶୁକ୍ରବାର ରାତିରେ ହାତୀପଲ ଡେଣୁଆ ଗାଁରେ ପଶି ଦୁଶା ମୁଣ୍ଡାଙ୍କ ଘର କାନ୍ଥ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
ଏପରିକି ହାତୀପଲ କେନ୍ଦେଇପଶି ବିଟରେ ପଶି ଧାନ ଫସଲ ନଷ୍ଟ କରିବା ସହ କ୍ଷୀରେଇ ଟାଙ୍ଗିରି ସେକ୍ସନ ଯମୁନାପଶି ବିଟ୍, ମାନପୁର, ଭଗପଶି ଓ ଡେଣୁଆ ଗ୍ରାମରେ ଧାନ ଫସଲ ଖାଇ ଉଜାଡି ଦେଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପକ୍ଷେ ହାତୀପଲ ଶନିବାର କଣ୍ଟିଆପଡ଼ା ଗ୍ରାମ୍ୟ ଜଙ୍ଗଲରେ ଡେରା ପକାଇଥିବା ବନପାଳ ସୁନିତା ବୋଘେଲ କହିଛନ୍ତି।