ଘର ଭାଙ୍ଗିଲେ ହାତୀପଲ, ଧାନ-ମକା ଫସଲ ଦଳିଚକଟି କଲେ ନଷ୍ଟ

ପାଟଣା,୨୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖୀରେଈ ଟାଙ୍ଗିରି ସେକ୍ସନ ଯମୁନା ପଶି ବିଟ୍‌ ମାନପୁର ଗ୍ରାମରେ ବୁଧବାର ରାତିରେ ୧୭ ଟିକିଆ ହାତୀପଲ ୨ଘର ଭାଙ୍ଗିବା ସହ ବ୍ୟାପକ ଧାନ ଓ ମକା ଫସଲ ଉଜାଡ଼ି ଦେଇଛନ୍ତି। ମାନପୁର ଗ୍ରାମର ଶୁକଦେବ ମହାକୁଡ଼ ଓ ନବ କିଶୋର ମହାକୁଡ଼ଙ୍କ ଖପର ଘର ଭାଙ୍ଗି ଦେଇଛନ୍ତି। ଏଥିସହ ମାନପୁର, ପଦ୍ମପୁର, ଡେଣୁଆଁ ଗ୍ରାମର ଧାନ ଏବଂ ମକା ଫସଲ ନଷ୍ଟ କରିଦେଇଛନ୍ତି। ଗୁରୁବାର ଏହି ହାତୀପଲ ପାଟଣା ସେକ୍ସନ କେନ୍ଦେଇପଶି କାଜୁ ବଗିଚାରେରେ ଡେରା ପକାଇଛନ୍ତି l ଏହି ୧୭ ଟିକିଆ ହାତୀଦଳରେ ୨ ଦନ୍ତା,୧୦ ମାଈ ଏବଂ ୫ ଛୁଆ ହାତୀ ରହିଛନ୍ତି l

Share