Categories: ଫୁରସତ

ମଣିଷ ପରି ଖଟରେ ଶୋଇଛି ଘୋଡ଼ା, ଭିଡିଓ ଦେଖିଲେ…

ଯେଉଁ ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ବିଛଣାରେ ଶୁଆଇଥାନ୍ତି। ନିଜେ ଯେମିତି ଚଳନ୍ତି ପୋଷା ପ୍ରାଣୀଙ୍କୁ ମଧ୍ୟ ଠିକ୍‌ ସେମିତି ଭାବେ ଚଳାଇଥାନ୍ତି। କିନ୍ତୁ ଆଜିକାଲି ଏକ ଘୋଡ଼ାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଘୋଡ଼ାଟି ମଣିଷ ପରି ଏକ ବେଡ୍‌ରେ ଶୋଇଛି।

@BigImpactHumans ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଜଣେ ମହିଳା ଘୋଡ଼ାକୁ ଶୁଆଇଥିବାର ନଜର ଆସିଛନ୍ତି। ସାଧାରଣତଃ ଯେଉଁ ଲୋକମାନେ ଘରେ ଘୋଡ଼ା ପାଳିଥାନ୍ତି। ସେମାନଙ୍କୁ ବାନ୍ଧିକି ରଖିଥାନ୍ତି। ଏହି ଭିଡିଓରେ ଏକ ଭିନ୍ନ ଦୃଶ୍ୟ ଦୃଶ୍ୟ ଦେଖିବାକୁ ମିଳିଛି।

 

ଏକ କୋଠରିରେ ଘୋଡ଼ା ପାଇଁ ବେଡ୍‌ ପ୍ରସ୍ତୁତ କରାଯାଇଛି। ଘୋଡ଼ା ଏହି ବିଛଣା ଉପରେ ଶୋଇଥିବା ବେଳେ ଜଣେ ମହିଳା ତା’ର ଯତ୍ନ ନେଉଛନ୍ତି। ପ୍ରଥମେ ଘୋଡ଼ାଟି ଖଟ ଉପରେ ଆରାମରେ ବସିଥାଏ, ପରେ ଧୀରେ ଧୀରେ ଖଟ ଉପରେ ଶୁଏ। ଘୋଡ଼ା ଯେତେବେଳେ ବିଛଣା ଉପରେ ପଡ଼ିଥାଏ, ତା ’ମୁଣ୍ଡ ତଳେ ଏକ ତକିଆ ରହିଛି। ଏହା ପରେ ମହିଳା ଜଣକଙ୍କ ଘୋଡ଼ା ପାଖରେ ଶୋଇ ତା’ ମୁଣ୍ଡକୁ ଆଉଁଶିଥାନ୍ତି। ତା’ ପରେ ଘୋଡ଼ାଟି ଶାନ୍ତିରେ ଶୋଇପଡ଼େ।

ଏହି ଭିଡିଓକୁ ୬୬ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଘୋଡ଼ା ଠିଆ ହେବା ସମୟରେ ଶୁଏ। ଆଉ ଜଣେ କହିଛନ୍ତି, ମୁଁ ଏହା ପ୍ରଥମ ଥର ଦେଖୁଛି ଯେ, ଘୋଡ଼ା ଏହିପରି ଶୋଇଛି। ଅନ୍ୟ ଜଣେ କହିଛନ୍ତି, ଘୋଡ଼ାର ମାଲିକ ତା’ର ଏତେ ଯତ୍ନ ନେଉଛନ୍ତି, ଲାଗୁଛି ସେ ତାଙ୍କ ମାଲିକଙ୍କ ପାଇଁ ଘୋଡ଼ା ଦୌଡ଼ରେ ବହୁତ ଟଙ୍କା ରୋଜଗାର କରିଛନ୍ତି। ଜଣେ କହିଛନ୍ତି, ଏହା ଏକ ବହୁତ ସୁନ୍ଦର ଭିଡିଓ।

Share