ସିନାପାଲି,୧୦ା୮(ଡି.ଏନ.ଏ.): ନୂଆପଡା ଜିଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଚରାଭଟା ନିବାସୀ ବିଧବା ମହିଳା ସାବିତ୍ରୀ ବାଗଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ପଡିିଛି। ଏଥିରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିରାଶ୍ରୟ ହୋଇପଡିଛନ୍ତି। ଏ ନେଇ ବୃଦ୍ଧା ସ୍ଥାନୀୟ ରାଜସ୍ବ ନିରୀକ୍ଷକ ବିଶ୍ୱାଳ କୁମାର ପାତ୍ରଙ୍କୁ ଲିଖିତ ଭାବେ ଜଣାଇଥିଲେ। ଖବର ପାଇ ରାଜସ୍ବ ନିରୀକ୍ଷକ ଲଗାଣ ବର୍ଷାରେ ଭିଜିି ସମ୍ପୃକ୍ତ ପରିବାର ପାଖରେ ପହଞ୍ଚତ୍ ଏକ ପଲିଥିନ ପ୍ରଦାନ କରିବା ସହ ପରିବାର ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଯେ, ସାବିତ୍ରୀ ବାଗ ଗରିବ ପରିବାର ହୋଇଥିବା ବେଳେ ୫ ସଦସ୍ୟ ଅଛନ୍ତି। ପୁଅ ମନୋଜ ବାଗ ଓ ବୋହୁ ସିନ୍ଧୁମତୀ ଦାଦନ ଯାଇଥିବା ବେଳେ ଘରେ ବୃଦ୍ଧା ମା’ ସବିତ୍ରୀଙ୍କ ସହ ଦୁଇ ପୁଅଝିଅ ରହନ୍ତି। ପୁଅ ବୋହୁ ରୋଜଗାର କରି ଯାହା ପଠାନ୍ତି ସେଥିରେ ପରିବାର ଚଳନ୍ତି। ବୃଦ୍ଧା ସବିତ୍ରୀଙ୍କୁ ମିଳୁଥିବା ମାସିକ ଭତ୍ତା ଏବଂ ରାଶନ କାର୍ଡ ଚାଉଳରେ ଘର ଚଳେ। ଭଙ୍ଗା ଦଦରା ଖପର ଘରେ ବିପଦ ସଙ୍କୁଳ ଅବସ୍ଥାରେ ରହୁୁଛନ୍ତି। କେଉଁ ମୁହୂର୍ତ୍ତରେ ଘର ଭୁଶୁଡି ଧନଜୀବନ ନଷ୍ଟ ହେବ, ତାହା କହିହେବ ନାହିଁ। ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ବୃଦ୍ଧା ସବିତ୍ରୀ ନିବେଦନ କରିଛନ୍ତି।