Categories: ଫୁରସତ

ଅଖରୋଟ୍‌ ଭିତରେ ଘର

ବିଭିନ୍ନ ପ୍ରକାରର ଅଜବ ସାମଗ୍ରୀରେ ହୋଇଥିବା କଳାକୃତୀ ତ ଦେଖିଥିବେ। ତେବେ ନିକଟରେ ଜଣେ କଳାକାରଙ୍କ କଳାକୃତୀ ବେଶ୍‌ ଚର୍ଚ୍ଚାରେ ଅଛି। ସେ ଏହି କଳାକୃତୀ ଯେଉଁଥିରେ ତିଆରି କରିଛନ୍ତି ତାକୁ ଦେଖିଲେ ବିଶ୍ୱାସ କରିହେବନି ଯେ, ଏଥିରେ ବି ଏଭଳି ସୁନ୍ଦର କଳାକୃତୀ କରିହେବ। ସେ ଅଖରୋଟରେ କରିଛନ୍ତି ଏହି କଳାକୃତୀ। ଏତେ ଛୋଟ ଜିନିଷକୁ ସେ ଦୁଇ ଫାଳ କରି କାଟି ତା’ର ଭିତର ଅଂଶକୁ ଘରର ଲୁକ୍‌ ଦେଉଛନ୍ତି। ବାଦାମର ଗୋଟିଏ ଭାଗକୁ ସେ କବାଟକୁ ଜଏଣ୍ଟ କଲାଭଳି କବ୍‌ଜା ଲଗାଇ ଜଏଣ୍ଟ କରିଛନ୍ତି। ଆଉ ତା’ର ବିପରୀତ ଭାଗକୁ କବାଟ ଖୋଲିଲା ପରି ଖୋଲିଲେ ଭିତରେ ଘରର ଦୃଶ୍ୟ ଦେଖିବାକୁ ମିଳେ। କେତେବେଳେ ଅଖରୋଟ ଭିତରେ ଷ୍ଟଡି ରୁମ୍‌ ତ କେବେ କିଚେନ, ପୁଣି କେବେ ଏଥିରେ ସେ ବେଡରୁମ୍‌ର ସୁନ୍ଦର ଡିଜାଇନ୍‌ ବେଶ୍‌ ନିଖୁଣଭାବେ କରିଛନ୍ତି। ଛୋଟ ଛୋଟ ଆସବାବ ପତ୍ର, ଫୁଲଦାନୀ, ବହି ଥାକରେ ସଜାଇ ହୋଇ ରହିଥିବା ବହି, ଲ୍ୟାମ୍ପ, ପରଦା ଓ ଅନ୍ୟ ଘରସଜ୍ଜା ସାମଗ୍ରୀରେ ସଜ୍ଜିତ ସେହି ଘରଗୁଡିକ ଏତେ ସୁନ୍ଦର ଲାଗେ ଯେ, ଯେତେ ଦେଖିଲେ ବି ମନ ଭରିବ ନାହିଁ। ଛୋଟ ଛୋଟ ପ୍ରାଣୀ ଯେମିତିକି କୁକୁର ବିଲେଇ ସେହି ଘରେ ବସିଥିବା ଓ ଲାଇଟ୍‌ ଜଳୁଥିବା ବି ଦେଖିପାରିବେ। ଏତେ ଛୋଟ ଅଖରୋଟ ଭିତରେ ଏତେ ଛୋଟ ଛୋଟ ସାମଗ୍ରୀକୁ ନେଇ ଜୀବନ୍ତ ଦୃଶ୍ୟ ତିଆରି କରିବା କେତେଯେ, କଷ୍ଟକର ତାହା କେବଳ ଏହାକୁ ତିଆରି କରିଥିବା କଳାକାର ଜାଣନ୍ତି।

Share