Categories: ଫୁରସତ

ଆକାଶଛୁଆଁ ବିଲ୍ଡିଂ ଉପରେ ତିଆରି ହୋଇଛି ହ୍ବାଇଟ୍‌ ହାଉସ୍‌ ପରି ଘର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ବଡ଼ ବିଲ୍ଡିଂର ଫଟୋ ଭାଇରାଲ ହେଉଛି। ଯାହା ଉପରେ ହ୍ବାଇଟ୍‌ ହାଉସ୍‌ ପରି ଘର ରହିଛି। ଏହା ଆଉ କେଉଁଠି ନୁହେଁ, ଆମ ଦେଶର ବେଙ୍ଗାଲୁରୁରେ ରହିଛି ଏହି ବିଲ୍ଡିଂ। ମାତ୍ର ଏହାର ମାଲିକ ଏଥିରେ ପାଦ ଦେବାର ସମ୍ଭାବନା ହିଁ ନାହିଁ। ୪୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ବିଲ୍ଡିଂ ୨ ମହଲା ବିଶିଷ୍ଟ, ଯାହା ‘ହ୍ବାଇଟ୍‌ ହାଉସ’ ପରି ଦେଖାଯାଏ। ଏହି ପ୍ରାସାଦ ପରି ଘର କିଙ୍ଗଫିସର ଟାଓ୍ବାର ଉପରେ ନିର୍ମିତ ଏବଂ ଏହା ୪୦ ହଜାର ବର୍ଗମିଟର ପରିମିତ ସ୍ଥାନରେ ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଏହି ୨୦ ମିଲିୟନ ଡଲାରର ମହଲଟି ୟୁବି ସିଟିର ବିଳାସପୂର୍ଣ୍ଣ ଘରଟି ଏକ କ୍ୟାଣ୍ଟିଲାଇଭର ସ୍ଲାବରେ ଅବସ୍ଥିତ ଏବଂ ୪.୫ ଏକର ଜମିରେ ନର୍ମିତ। ମାର୍ଚ୍ଚ ୨୦୧୬ରେ ୟୁନାଇଟେଡ୍‌ ବ୍ରୁରିଜ ଗ୍ରୁପ ପ୍ରତିଷ୍ଠାତା ବିଟଲ ମାଲ୍ୟାଙ୍କ ପୁଅ ବିଜୟ ମାଲ୍ୟା ଭାରତ ଛାଡ଼ି ପଳାଇ ଯାଇଥିଲେ। କାରଣ ସେ ଅନେକ ଭାରତୀୟ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇଥିଲେ ଏବଂ ସେଥିରୁ କୌଣସି ଟଙ୍କା ଫେରସ୍ତ କରି ନ ଥିଲେ।

ପରେ ବ୍ୟାଙ୍କ ଅଧିକାରୀ ଏବଂ ଅନୁସନ୍ଧାନକାରୀ ସଂସ୍ଥା ବିଜୟ ମାଲ୍ୟାଙ୍କୁ ଫଲୋ କରିଥିଲେ। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବାକୁ ମନା କରିବାରୁ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ସେବେଠାରୁ ସେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ବିରୋଧରେ ଆଇନଗତ ଲଢ଼େଇ କରିଆସୁଥିଲେ। ଅନ୍ୟପକ୍ଷରେ ମାଲ୍ୟାଙ୍କୁ ବ୍ରିଟେନରୁ ଫେରାଇ ଆଣିବା ପାଇଁ ଭାରତ ସମସ୍ତ ପ୍ରକାର ଉଦ୍ୟମ କରୁଛି।

ୟୁନାଇଟେଡ ବ୍ରୁରିଜ ହୋଲ୍ଡିଂ ଲିମିଟେଡ ଏବଂ ପ୍ରେଷ୍ଟିଜ ଇଷ୍ଟେଟ୍ସ ପ୍ରୋଜେକ୍ଟ ଲିମିଟେଡ ମଧ୍ୟରେ ମିଳିତ ବିକାଶ ଚୁକ୍ତିନାମା ଅନୁଯାୟୀ ଏହା ୟୁବି ସିଟିରେ ନିର୍ମାଣ କରାଯାଇଥିଲା। ୟୁବିଏଚ୍‌ଏଲ୍‌ ୫୫ ପ୍ରତିଶତ ଏବଂ ଠିକାଦାର ଅନ୍ୟ ୪୫ ପ୍ରତିଶତର ମାଲିକ ଅଟନ୍ତି। ଗତ ବର୍ଷ ଜୁଲାଇରେ ମାଲ୍ୟାଙ୍କୁ କୋର୍ଟ ଅବମାନନା ଅଭିଯୋଗରେ ୪ ମାସ ଜେଲ ଦଣ୍ଡାଦେଶ ହୋଇଥିଲା।

Share