Posted inଫୁରସତ

Viral Video: ଛୋଟ ଯାନରେ ଯାଉଛି ବିଶାଳକାୟ ହାତୀ, ଦେଖିଲେ କହିବେ…

ଆପଣ ରାସ୍ତାରେ ହାତୀ ଚଳପ୍ରଚଳ କରୁଥିବାର ନିଶ୍ଚିତ ଦେଖିଥିବେ। ମାତ୍ର ଏକ ଛୋଟ ଯାନରେ ଏକ ବିଶାଳକାୟ ହାତୀକୁ ନେବା ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ କରିବେ।

@ jani_saab_0288 ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଏକ ହାତୀ ଛୋଟ ଟାଟା ଏସି ଗାଡ଼ି ଉପରେ ଠିଆ ହୋଇ ଯାଉଥିବାର ଦେଖାଯାଇଛି। ଲୋକମାନେ ଏହା ଦେଖି ପ୍ରଶ୍ନ କରିଛନ୍ତି ଯେ, ଏହା ନକଲି ହୋଇପାରେ। ଏପରି ପରିସ୍ଥିତିରେ ଆମେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଠିକ୍‌ କହୁନାହୁଁ ବୋଲି କହିଛନ୍ତି। ମାତ୍ର ଭିଡିଓଟି ଅତ୍ୟନ୍ତ ଚିତ୍ତାକର୍ଷକ।

 


ଭିଡିଓରେ ଆପଣ ଦେଖିପାରିବେ ଏକ ଖୋଲା ରାସ୍ତା ନଜର ଆସୁଛି। ଯେଉଁଥିରେ ଗାଡ଼ିଟି ଖୁବ୍‌ ବେଗରେ ଗତି କରୁଛି। ଏହା ଉପରେ ଏକ ହାତୀ ଠିଆ ହୋଇଛି। ଏହାର ଆକାର ଏତେ ବଡ଼ ଯେ, ଯଦି ଗାଡ଼ି ଉପରେ ପାଦ ଦେବ, ତେବେ ଏହା ଚୂର୍ଣ୍ଣ ହୋଇଯିବା କଥା। କିନ୍ତୁ ଏହା ସତ୍ତ୍ୱେ ଗାଡ଼ିଟିର କିଛି ଘଟୁନାହିଁ, କେବଳ ଏହି ଲୋକମାନେ ଅନୁମାନ କରୁଛନ୍ତି ଯେ, ଏହା ନକଲି ହୋଇପାରେ। ତେବେ ହାତୀର ଗୋଡ଼ ଶିକୁଳିରେ ବନ୍ଧା ହୋଇଛି, କାନ ପବନରେ ହଲୁଛି ଏବଂ ପବନ ହେତୁ ଚର୍ମ ମଧ୍ୟ ହଲୁଥିବା ଦେଖାଯାଉଛି।

ଏହି ଭିଡିଓଟିକୁ ୧୬ଲକ୍ଷ ଲୋକେ ଦେଖିସାରିଲେଣି।  ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଛୋଟ ହାତୀରେ ବଡ଼ ହାତୀ! ଆଉ ଜଣେ କହିଛନ୍ତି, ଏହା ନକଲି, ଭୟ କରିବାର ଆବଶ୍ୟକତା ନାହିଁ। ସେହିପରି ଅନ୍ୟ ଜଣେ କହିଛନ୍ତି, ହାତୀଟି ନକଲି କାରଣ ଏହାର ଚର୍ମ ପବନରେ ଉଡୁଥିଲା। ଲୋକମାନେ ଏହି ଭିଡିଓକୁ ଖୁବ୍‌ମାତ୍ରାରେ ଦେଖିବା ସହ ପସନ୍ଦ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ଲକ୍ଷ ଖର୍ଚ୍ଚ କରିବା ସତ୍ତ୍ୱେ ବିଫଳ, ଶେଷରେ ୟୁଟ୍ୟୁବ୍‌ ଛାଡ଼ିଲେ ଫୁଡ୍‌ ବ୍ଲଗର

ନୂଆଦିଲ୍ଲୀ: ସମ୍ପ୍ରତି ୟୁଟ୍ୟୁବ୍‌ ରୋଜଗାରର ଏକ ମାଧ୍ୟମ ପାଲଟିଯାଇଛି। ସେଥିପାଇଁ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ୟୁଟ୍ୟୁବର ହେବା ପାଇଁ କ୍ରେଜ୍‌ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ...

ଖ୍ରୀଷ୍ଟମାସ ପୂର୍ବଦିନ ପୃଥିବୀରେ ହେବ ତାଣ୍ଡବ! ମାଡିଆସୁଛି ୧୨୦ ଫୁଟ୍‌ର ଆଷ୍ଟ୍ରୋଏଡ

ନୂଆଦିଲ୍ଲୀ,୨୦୧୨: ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ ଡିସେମ୍ବର ୨୪ରେ, ମହାକାଶରେ ବିରଳ ଘଟଣା ଘଟିବାକୁ ଯାଉଛି। ବୈଜ୍ଞାନିକଙ୍କ ଅନୁଯାୟୀ, ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ ପୃଥିବୀ ଆଡକୁ...

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri