ମସଜିଦ୍‌ ନିକଟରେ ବଡ଼ ବିସ୍ଫୋରଣ

କରାଚି,୧୭।୫: କରାଚିର ଖରାଦର ଅଞ୍ଚଳରେ ଥିବା ନ୍ୟୁ ମେମୋନ ମସଜିଦ ନିକଟରେ ଏକ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୧୦ ଜଣ ଆହତ ହୋଇଛନ୍ତି। ଖରାଦାର ଅଞ୍ଚଳରେ ଥିବା ବୋଲ୍ଟନ ମାର୍କେଟ ନିକଟରେ ଏହି ବିସ୍ଫୋରଣ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ବିସ୍ଫୋରଣର କାରଣ ଖୋଜୁଛି। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ବିସ୍ଫୋରଣର ଲକ୍ଷ୍ୟ ଏକ ପୋଲିସ ଗାଡି ବୋଲି କୁହାଯାଉଛି।
ଏହି ବିସ୍ଫୋରଣରେ ମୋଟରସାଇକେଲ, ରିକ୍ସା ଏବଂ ପୋଲିସ ମୋବାଇଲ କ୍ଷତିଗ୍ରସ୍ତ ହୋଇଛି। ଏହି ଫୁଟେଜରେ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଇଛି। ଏଥି ସହ ବିସ୍ଫୋରଣରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କହିଥିଲେ ଯେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ଦୂର ଦୂରାନ୍ତରେ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା।
ସୂଚନାଯୋଗ୍ୟ,ଏକ ସପ୍ତାହ ମଧ୍ୟରେ କରାଚିରେ ଏହା ହେଉଛି ଦ୍ୱିତୀୟ ବିସ୍ଫୋରଣ। ମେ ୧୩ ବିଳମ୍ବିତ ରାତିରେ କରାଚିରେ ଏକ ବୋମା ବିସ୍ଫୋରଣ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା।

Share