ନୂଆଦିଲ୍ଲୀ,୧୩।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍ପି ସଞ୍ଜୟ ସିଂ ମୁମ୍ବାଇ ଏବଂ ମଧ୍ୟପ୍ରଦେଶ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଟୁଇଟ କରି କହିଛନ୍ତି, ମୋ ନାଁ ନେଇ ଏକ ବଡ଼ ଠକେଇ ଚାଲିଛି। ମୋ ନାମ ଏବଂ ନମ୍ବରରୁ ପ୍ରଥମେ ମଧ୍ୟପ୍ରଦେଶ ଅଧ୍ୟକ୍ଷ ରାନୀ ଅଗ୍ରୱାଲ ଜୀଙ୍କୁ ଫୋନ ଯାଇଥିଲା। ମୋ ନାଁ କୁହାଯାଇ ତାଙ୍କଠାରୁ ଟଙ୍କା ମାଗିଥିଲେ। ଗୁରୁବାର ମୁମ୍ବାଇ ଅଧ୍ୟକ୍ଷ ପ୍ରୀତି ମୋହନ ଜୀଙ୍କୁ ଏକ କଲ ଆସିଛି। ଏହା କିପରି ଘଟୁଛି? ମୁମ୍ବାଇ ପୋଲିସ ଏବଂ ମଧ୍ୟପ୍ରଦେଶ ପୋଲିସ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।