Categories: ଜାତୀୟ

ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବ ବିରାଟକାୟ ତିମି

କୋଲକତା, ୨୯।୬: ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବର ବିରାଟକାୟ ତିମି ମୃତଦେହ ଲାଗିଛି। ତିମିର ରକ୍ତାକ୍ତ ମୁଣ୍ଡ ମୁହାଣରେ ପଡ଼ି ରହିଛି। ଏଭଳି ବିରାଟକାୟ ତିମି ଏହା ପୂର୍ବରୁ ଏଠାରେ ଦେଖାଯାଇ ନ ଥିବା କୁହାଯାଉଛି। ସ୍ଥାନୀୟ ଲୋକେ ଏଠାରେ ଜମା ହୋଇଥିବାବେଳେ ଖବର ପାଇ ପୂର୍ବ ମେଦିନାପୁରର ବନ୍ୟ ବିଭାଗ ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତିମିର ଲାଞ୍ଜରେ କେତେକ ଗଭୀର କ୍ଷତ ରହିଥିବା ବନ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ରରେ କୌଣସି କାରଣରୁ ତିମିର ମୃତ୍ୟୁ ଘଟିବା ପରେ ମୃତଦେହ ଲହଡ଼ିରେ ଭାସି ଆସିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ମନ୍ଦାରମଣି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ। କୋଲକାତାଠାରୁ ୧୫୦ କିମି ଦୂରରେ ଦୀଘା ନିକଟରେ ଥିବା ଏହି ପର୍ଯ୍ୟଟନ ସ୍ଥଳ ଏବେ କରୋନା ସଂକ୍ରମଣ ଲାଗି ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଜନଶୂନ୍ୟ ହୋଇପଡ଼ିଛି।

Share