ଗାଁ ମୁଣ୍ଡରେ ଘୁରିବୁଲୁଛି ମଣିଷମରା ଦନ୍ତାହାତୀ, ନିଆଁଜାଳି ରାତିରେ ଜଗି ବସୁଛନ୍ତି ଗାଁଲୋକେ

ଲାଞ୍ଜିଗଡ଼, ୨୩।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜୀ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣ ବନଖଣ୍ଡ ବିଶ୍ବନାଥପୁର ରେଞ୍ଜ ତୁର୍କା ଗାଁ ମୁଣ୍ଡରେ ଦନ୍ତାହାତୀ ବୁଲୁଛି। ସେଥିପାଇଁ ରାତିହେଲେ ଗାଁ ମୁଣ୍ଡରେ ନିଆଁଜାଳି ଜଗି ବସୁଛନ୍ତି ତୂର୍କା ଗ୍ରାମବାସୀ I ବିଶ୍ବନାଥପୁର ରେଞ୍ଜ ଅଞ୍ଚଳରେ ବର୍ଷସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ପ୍ରତ୍ୟେକ ଦିନ ଜଙ୍ଗଲୀ ହାତୀପଲ ଗାଁ ମୁହାଁ ହୋଇ ଅନେକ ଲୋକଙ୍କ ଘର ଭାଙ୍ଗିବା, ଜମିରେ ଫସଲ ନଷ୍ଟ କରିବା, ଘରେ ଥିବା ଶସ୍ୟ ଖାଇ ନଷ୍ଟ କରିବା ସହିତ ଧନଜୀବନ ନଷ୍ଟ କରୁଛି ।

ସୂଚନାଯୋଗ୍ୟ ଯେ ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତର କାଦମାଳି ଗ୍ରାମରେ ଏହି ଫେବୃଆରି ମାସ ୨ ତାରିଖ ଶନିବାର ବିଳମ୍ବିତ ରାତିରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ମୁଗୁନା ମାଝୀ (୭୦) ଓ ଗାଦ ମାଝୀ (୬୫)। ମୃତ ଦମ୍ପତିଙ୍କ ମୂଳ ଘର ଦୋରାସାର୍ଲି ଗ୍ରାମରେ ହୋଇଥିବାବେଳେ କାଦମାଳି ଗାଁରେ କିଛି ବର୍ଷ ପୂର୍ବେ ଚାଷ ଜମିରେ ଘର ତିଆରି କରି ସେଠାରେ ରହୁଥିଲେ । ପୋଡୁ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଘରେ ଶୋଇଥିବା ବେଳେ ଦନ୍ତା ସେମାନଙ୍କ ଝାଟିମାଟି କୋଠରି ଭାଙ୍ଗି ଦଳି ଦେଇଥୁଲା । ଏପରିକି ସେମାନଙ୍କ ଶରୀରକୁ ଦଳିଚକଟି ଖଣ୍ଡ ବିଖଣ୍ଡିତ କରି ଦେଇଥିଲା। ଏହି ସମୟରେ ପାଖ ଘରେ ଶୋଇଥିବା ମୁଗାନାଙ୍କ ପୁଅ ନାଥ ମାଝୀ(୨୧), ସାନଭାଇ ସାଧୁ ମାଝୀ (୬୫) ଓ ସମ୍ପର୍କୀୟ କୁଲୁ ମାଝୀ (୪୦) କୌଣସିମତେ ସେଠାରୁ ଦୌଡି ପଳାଇ ଯାଇ ଜୀବନ ବଞ୍ଚାଇଥିଲେ।

ତେବେ ଏହି ଏକୁଟିଆ ଦନ୍ତାଟି ଗତ ୨୧ ଦିନ ତଳେ ଦୁଇ ଜଣଙ୍କୁ ର୍ନିମମ ଭାବେ ହତ୍ୟା କରିବା ପରେ ବର୍ତ୍ତମାନ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁ ନିକଟରେ ଥିବା ଜଙ୍ଗଲରେ ରହି ସଂଧ୍ୟା ହେଲେ ଗାଁ ମୁହାଁ ହେଉଛି। ସେହି ଦିନଠାରୁ ଏହି ନରହନ୍ତା ଦନ୍ତା ହାତୀଟି ଲାଞ୍ଜିଗଡ଼ ବ୍ଲକର ପ୍ରତ୍ୟେକ ଅଞ୍ଚଳରେ ଘୁରିବୁଲୁ ଦେଖୁବାକୁ ମିଳୁଛି। ଏହି ହାତୀ ଗତ ସପ୍ତାହରେ ବନ୍ଦପାରି ଓ ବେନଗାଁ ଅଞ୍ଚଳରେ ଘୁରି ବୁଲୁଥିବା ଲୋକେ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ସେହିପରି ଗତ ତିନିଦିନ ଧରି ଲାଞ୍ଜି ପଞ୍ଚାୟତର ତୁର୍କାଗାଁ ନିକଟରେ ଥିବା ଜଙ୍ଗଲରେ ରହିଥିବା ବେଳେ ସଞ୍ଜ ହେଲେ ଗାଁ ମୁହାଁ ହେଉଛି ଓ ପ୍ରବଳ ଗର୍ଜନ ଦେଉଛି। ଫଳରେ ତୁର୍କାଗାଁ ଲୋକେ ଭୟଭୀତ ହୋଇ ନିଆଁ ଜାଳି ଗାଁର ଚାରିଆଡେ ରହିବାକୁ ପଡୁଛି ବୋଲି ପ୍ରକାଶ କରିଛନ୍ତି। ତେବେ ଲାଞ୍ଜିଗଡ଼ ଅଞ୍ଚଳ ଲୋକେ ଚଳିତ ମାସ ଫେବୃଆରୀ ୨ ତାରିଖରେ ଘଟିଥିବା ଲୋମହର୍ଷଣକାରି ଘଟଣାକୁ ଏବେ ଯାଏଁ ଭୁଲି ନ ଥିବା ବେଳେ ବନବିଭାଗ ସେହି ଅଞ୍ଚ ଅଞ୍ଚଳକୁ ଯାଇ ହାତୀର ଗତିପଥ ଉପରେ ଲକ୍ଷ ନରଖି ଚୁପଚାପ ରହୁଛି ବୋଲି ଅଞ୍ଚଳବାସୀ ନିରାଶ ହୋଇ ମତପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସିଏଫ ନରୋତ୍ତମ ମାଝୀଙ୍କୁ ପଚାରିବାରୁ ସେ କହିଲେ ତୁର୍କI ଅଞ୍ଚଳ ଆମ ସେକ୍ସନରେ ଆସୁନାହିଁ ଏବଂ ତାହା ଭବାନୀପାଟଣା ଉତ୍ତର ବନଖଣ୍ଡ ଭଟାଙ୍ଗପଦର ରେଞ୍ଜ ଅଞ୍ଚଳର ବୋଲି କହିଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳରେ ହାତୀ ମଣିଷ ଲଢେଇ ଭିତରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। କିନ୍ତୁ ବହୁଦିନ ଧରି ଅଞ୍ଚଳରେ ଗୋଟିଏ ଦନ୍ତା ହାତୀ ଘୁରି ବୁଲୁଥିବା ବେଳେ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ଜିଲା ପ୍ରଶାସନ ଓ ଜିଲା ବନବିଭାଗ ଏତି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri