ଗାଁରେ ଚାଲୁଥିଲା ଯାତ୍ରା: ହଠାତ୍‌ ୨ ଯୁବକଙ୍କୁ ବାନ୍ଧି ନିର୍ଧୁମ ଛେଚିଲେ ଗ୍ରାମବାସୀ

ବାଲେଶ୍ୱର,୧୬।୧୦: ଚୋରି କରି ନିର୍ଧୁମ ଛେଚା ଖାଇଲେ ୨ ଯୁବକ। ବିଦ୍ୟୁତ ଖୁଣ୍ଟରେ ବାନ୍ଧି ବାଡେଇଲେ ଗ୍ରାମବାସୀ। ଏଭଳି  ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନାଇଁଦୋଳି ଗାଁରେ। ମଙ୍ଗଳବାର ରାତିରେ ଦୁର୍ଗା ପୂଜା ଉପଲକ୍ଷେ ଯାତ୍ରା ପରିବେଷଣ ହେଉଥିଲା ।
ଏହାର ସୁଯୋଗ ନେଇ ଦୁଇ ଯୁବକ ସେହି ଗାଁରୁ ଏକ ଗ୍ୟାସ ଟାଙ୍କି ଚୋରି କରି ନେଇଯାଉଥିବାବେଳେ ଗ୍ରାମବାସୀ ଧରିଲେ । ପରେ ଦୁଇ ଯୁବକଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିବା ପରେ ଛାଡି ଦେଇଥିଲେ।  ଏହି ଦୁଇ ଯୁବକ କୁଚିଲାଡାଙ୍ଗ ଓ ନାଇଁଦୋଳି ଗାଁର। ଏମାନେ ଭୋଗରାଇ ଅଞ୍ଚଳରେ ବିଭିନ୍ନ ଜାଗାରେ ଚୋରି କରିଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି ।
Share