ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ

ବୁଗୁଡ଼ା,୨ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନାର ୬ ପୋଲିସ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ୫ କର୍ମଚାରୀ କିଛିଦିନ ତଳେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯିବା ସହ କଲୋନୀ ଅଞ୍ଚଳରେ ଥିବା ସମସ୍ତ କ୍ୱାର୍ଟର୍ସକୁ ବୁଧବାର ରାତିରୁ ସିଲ୍‌ କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟକୁ ସାନିଟାଇଜ୍‌
କରାଯାଇଥିବା ବିଡିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବ୍ଲକ କନିଷ୍ଠ ଯନ୍ତ୍ରୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ବାହାର କରି ଅନ୍ୟମାନଙ୍କର ସ୍ବାବ୍‌ ଟେଷ୍ଟ କରାଯିବା ପାଇଁ ପ୍ରଶାସନ ଘଟଣାର ଛାନ୍‌ଭିନ୍‌ କରୁଛନ୍ତି। ଏହା ପ୍ରଶାସନ ପାଇଁ ଚିନ୍ତା
ବଢ଼ାଇଥିବା ବେଳେ ଏ ନେଇ ବିଡିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାସ ଏବଂ ପୋଲିସ ପ୍ରଶାସନ ବ୍ୟାପକ ଆଲୋଚନା ଚଳାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗର ୩ ଜଣ କର୍ମଚାରୀ ସୁସ୍ଥ ହୋଇ ଫେରିଥିବା ସମସ୍ତଙ୍କୁ ଆଶ୍ବାସନା ଦେଇଥିବା ଜଣାପଡ଼ିଛି।

Share