ଏ. କେ. ବିଷୋୟୀ ଏମ୍‌ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଏମ୍‌ସ ଭୁବନେଶ୍ୱରର ନୂଆ ଅଧ୍ୟକ୍ଷ ଭାବେ ବିଶିଷ୍ଟ କାର୍ଡିଆକ ସର୍ଜନ ଡ. ଏ. କେ. ବିଷୋୟୀ ନିଯୁକ୍ତ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପୂର୍ବରୁ ଡ. ସୁବ୍ରତ ଆଚାର୍ଯ୍ୟ ଏମ୍‌ସ ଭୁବନେଶ୍ୱରର ଅଧ୍ୟକ୍ଷ ଥିଲେ। ଏବେ ଡ. ବିଷୋୟୀ ଦିଲ୍ଲୀ ଏମ୍ସରେ କାର୍ଡିଆକ୍‌ ସର୍ଜରୀରର ପ୍ରଫେସର ଅଛନ୍ତି। ୩ ଦଶନ୍ଧି ଧରି କାର୍ଡିଆକ୍‌ ସର୍ଜନ ଭାବେ ଡ. ବିଷୋୟୀଙ୍କ ଅଭିଜ୍ଞତା ରହିଛି। ସେ ପ୍ରାୟ ୩୨ ହଜାର କାର୍ଡିଆକ ସର୍ଜରୀ କରିଛନ୍ତି। ଡ. ବିଷୋୟୀଙ୍କୁ ତାଙ୍କ ଉଲ୍ଲେଖନୀୟ ସ୍ବାସ୍ଥ୍ୟସେବା ପାଇଁ ଅନେକ ପୁରସ୍କାର ମଧ୍ୟ ମିଳିଛି। ସେ ସମ୍ମାନଜନକ ଡକ୍ଟର ବି ସି ମେମୋରିଆଲ ଆୱାର୍ଡ ମଧ୍ୟ ପାଇଛନ୍ତି।

Share