ମାଓବାଦୀଙ୍କ ହିଂସା ଯୋଜନା ପଣ୍ଡ: ରେଳଧାରଣା ନିକଟରୁ ମିଳିଲା ଲ୍ୟାଣ୍ଡମାଇନ୍‌

ଟେନ୍‌ସା,୧୮ା୮(ଡି.ଏନ୍‌.ଏ.): ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥମୁନି ମାଓବାଦୀ ହିଂସା। ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀଙ୍କ ବଡ଼ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହୋଇଯାଇଛି। ଟୋପାଡିହି ରେଳଷ୍ଟେଶନ ରେଳଧାରଣା ପାଶର୍‌ବରୁ ଡିଭିଏଫ୍‌ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି।

ସ୍ଥାନୀୟ ପୋଲିସ ଓ ଡିଭିଏଫ୍‌ ଯବାନ ମିଳିତ ସର୍ଚ୍ଚ ଅପରେଶନରେ ଏହି ଲ୍ୟାଣ୍ଡମାଇନ୍‌କୁ ଗୁରୁବାର ଠାବ କରିଥିଲେ। ବୋମା ନିଷ୍କ୍ରିୟ ଟିମ୍‌ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଦେଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Share