ବାଲିଲୋକନାଥ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ଗ୍ରାମ ସ୍ଥିତ ପ୍ରସିଦ୍ଧ ଐତିହାସିକ ଶୈବପୀଠ ବାଲିଲୋକନାଥ ମନ୍ଦିରରେ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । କୋଭିଡ କଟକଣା ଅନୁଯାୟୀ ଲମ୍ବା ଧାଡିରେ ଭକ୍ତମାନେ ଠାକୁର ଦର୍ଶନ କରିଥିଲେ। ମାନସିକଧାରୀମାନେ ବାଲିଲୋକନାଥ ମନ୍ଦିର ବାଲୁକା ଶଯ୍ୟାରେ ଭୋଗରାନ୍ଧି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା ।

Share