ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସକାଳୁ ଦେଶର ଅନେକ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ୟୁପି, ବିହାରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଭୂକମ୍ପରେ ଲୋକମାନେ କମ୍ପନ ଅନୁଭବ କରିଛନ୍ତି। ଏହାର କେନ୍ଦ୍ର ନେପାଳ ସୀମା ନିକଟରେ ତିବ୍ଦତ ବୋଲି କୁହାଯାଉଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ମାପ କରାଯାଇଛି। ତେବେ ଭୂକମ୍ପର ଏହି ତାଣ୍ଡବ ପରେ ହିମାଚଳ ପ୍ରଦେଶର ମାଣ୍ଡିରେ ଭୂକମ୍ପ ହୋଇଛି। ଅପରାହ୍ନ ୫.୧୪ ରେ ଏହି ଭୂକମ୍ପ ହୋଇଛି। ରକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ବୋଲି ଆକଳନ କରାଯାଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ପାଞ୍ଚ କିଲୋମିଟର ତଳେ ବୋଲି ରେକର୍ଡ କରାଯାଇଛି। ବର୍ତ୍ତମାନ ଏହି କମ୍ପନ ଯୋଗୁଁ କୌସି କ୍ଷୟକ୍ଷତିର ସୂଚନା ମିଳିନାହିଁ।
EQ of M: 3.4, On: 07/01/2025 17:14:35 IST, Lat: 31.41 N, Long: 76.89 E, Depth: 5 Km, Location: Mandi, Himachal Pradesh.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/MBOP3SnHA1— National Center for Seismology (@NCS_Earthquake) January 7, 2025