ଗାଡି ରୋକିଲେ, ଜାତି ପଚାରି ଗୁଳି ମାରିଲେ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୨୬।୮: ଆତଙ୍କବାଦୀମାନେ ପାକିସ୍ତାନର ବାଲୁଚିସ୍ତାନରେ ୨୩ ଜଣଙ୍କୁ ହତ୍ୟା କରିଥିଲେ। ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ଥାନରେ ବନ୍ଧୁକଧାରୀମାନେ ୨୩ ଜଣଙ୍କୁ ସେମାନଙ୍କ ଗାଡିରୁ ବାହାର କରି ଗୁଳି କରି ହତ୍ୟା କରିଥିଲେ। ଏଏଫ୍‌ବି ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ମୁସାଖାଇଲ ଜିଲାରେ ଆତଙ୍କବାଦୀମାନେ ଅନେକ ବସ, ଟ୍ରକ ଏବଂ ଭ୍ୟାନ ଅଟକାଇଥିଲେ। ଆତଙ୍କବାଦୀମାନେ ସେମାନଙ୍କର ଜାତି ଚିହ୍ନଟ କରିବା ପରେ ଲୋକଙ୍କୁ ଗୁଳି କରିଥିଲେ। ଏହି ଘଟଣାରେ ୫ ଜଣ ମଧ୍ୟ ଆହତ ହୋଇଛନ୍ତି। ମୁସାଖାଇଲର ଜଣେ ବରିଷ୍ଠ ଅଧିକାରୀ ନଜିବୁଲ୍ଲା କାକର କହିଛନ୍ତି,ଆତଙ୍କବାଦୀମାନେ ପଞ୍ଜାବକୁ ବାଲୁଚିସ୍ତାନ ସହ ସଂଯୋଗ କରୁଥିବା ରାଜପଥରେ ଅନେକ ବସ, ଟ୍ରକ ଏବଂ ଭ୍ୟାନ ଅଟକାଇଥିଲେ। ଏହି ସମୟ ମଧ୍ୟରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଥିଲେ। ପଞ୍ଜାବକୁ ଆସୁଥିବା ଯାନଗୁଡିକ ଯାଞ୍ଚ କରାଯାଇ ପଞ୍ଜାବରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଇ ଗୁଳି ଚଳାଇଥିଲା।

Share