ପାରାଦୀପରେ ଲାଗିଲା ବୃହତ୍‌ ଜାହାଜ

ପାରାଦୀପ,୧୮ା୨(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍‌ ଜାହାଜ ଏମ୍‌.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼ ବୋଲି ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୧ ଲକ୍ଷ ୨୪ ହଜାର ୭୦୪ ମେଟ୍ରିକ ଟନ୍‌ ବିଶିଷ୍ଟ ଏହି ଜାହାଜ ବନ୍ଦରର ସି କ୍ୟୁ-୧ ବର୍ଥରେ ଲାଗିଛି। ଜାହାଜର ଲମ୍ବ ୨୯୨ ମିଟର ଓ ପ୍ରସ୍ଥ ୪୫ ମିଟର ବୋଲି ସୂଚନା ମିଳିଛି। ଏହି ଜାହାଜରେ ୟୁଏଇର ମୀନାସାକର ପୋର୍ଟରୁ ଲାଇମଷ୍ଟୋନ ଓ ପାଓରେକ୍ସନାଇଟ୍‌ ବୋଝେଇ ହୋଇ ଆସିଛି। ଏହାର ଆମଦାନୀକାରୀ ସଂସ୍ଥା ଜେଏସ୍‌ପିଏଲ୍‌ ଥିବା ବେଳେ ଷ୍ଟିଭେଡର୍ସ ସଂସ୍ଥା ସିୱେଜ ସିପିଂ ଲଜିଷ୍ଟିକ ଲିମିଟେଡ ବୋଲି ଜଣାପଡିଛି। ଏହି ବୃହତ ଜାହାଜରୁ ଠିକ୍‌ ଭାବେ ବର୍ଥିଂ ଓ ପଣ୍ୟ ଖଲାସ କରିବା ପାଇଁ ଜେଏସ୍‌ପିଏଲର ବରିଷ୍ଠ ଅଧିକାରୀ ଜି. ବି. ମିଶ୍ର ଓ ସିୱେଜ କମ୍ପାନୀ ମ୍ୟାନେଜର ରାଘବେନ୍ଦ୍ର ବର୍ମା ଉପସ୍ଥିତ ରହିଛନ୍ତି। ଏହାପୂର୍ବରୁ ୨୦୧୭ ନଭେମ୍ବର ୬ରେ ୧ଲକ୍ଷ ୧୮ହଜାର ମେଟ୍ରିକ ଟନ୍‌ ବିଶିଷ୍ଟ ଜାହାଜ ଏମ୍‌.ଭି ଉର୍ଜା ଲାଗିଥିଲା।

Share