ବାଇକ୍‌ରେ ଯାଉଥିଲେ ଓକିଲ, ଉପରେ ପଡ଼ିଲା ଶୁଖିଲା ଗଛ, ଆଉ ତା’ ପରେ…

ବାଲିଗୁଡ଼ା,୩୧ା୧((ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟରେ ଶୁଖିଲା ଆମ୍ବ ଗଛ ପଡ଼ି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଘଟଣାରୁ ପ୍ରକାଶ ଯେ, ପଣସପଡ଼ି ସାହିରୁ କୋର୍ଟକୁ ଯିବା ପାଇଁ ନିଜ ବାଇକ୍‌ରେ ବାହାରିଥିଲେ ବରିଷ୍ଠ ଓକିଲ ରାମକୃଷ୍ଣ ଦାସ। କୋର୍ଟ ମାର୍କେଟ ହୋଇ ଯାଉଥିବା ବେଳେ ହଠାତ୍‌ ରାସ୍ତା ପାର୍ଶ୍ୱରେ ଦୀର୍ଘଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛଟି ଭାଙ୍ଗି ଯାଇ ଚଳନ୍ତା ବାଇକ୍‌ରେ ଥିବା ଦାସଙ୍କ ଉପରେ ପଡ଼ିଥିଲା। କିଛି ଜାଣିବା ଆଗରୁ ଶୁଖିଲା ଗଛ ତଳେ ଚାପି ହୋଇ ଯାଇଥିଲେ ଓକିଲ। ଜୀବନ ବଞ୍ଚାଇବା ପାଇଁ ଚିତ୍କାର ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଅଧିକ ଗୁରତର ହେବାରୁ ଫୁଲବାଣୀ ଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ। ତେବେ ଦୀର୍ଘଦିନ ହେବ ସେହି ମାର୍କେଟରେ ଦୁଇଟି ଶୁଖିଲା ଗଛ ଥିବା ସତ୍ତ୍ୱେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାକୁ କଟା ନ ଯାଇ ରଖାଯିବା ଫଳରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ଓକିଲ ବଞ୍ଚିଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଓ ସ୍ଥାନୀୟ ଲୋକେ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜ ମନ୍ଦିରରେ ଅଘଟଣ: ମହାଦୀପ ଉଠିବା ବେଳେ ଖସିପଡ଼ିଲେ ସେବାୟତ

ଭୁବନେଶ୍ୱର,୨୬।୨: ମହାଶିବରାତ୍ରି ପାଇଁ ଲିଙ୍ଗରାଜ ପୀଠ ଚଳଚଞ୍ଚଳ ଥିବା ବେଳେ ମହାଦୀପ ଉଠିବା ସମୟରେ ଘଟିଛି ଅଘଟଣ। ମନ୍ଦିର ଚୂଡ଼ାକୁ ଚଢୁଥିବା ବେଳେ ସେବାୟତ ଖସିପଡିଥିବା...

ଅଗ୍ନିକାଣ୍ଡରେ ଜଳିଗଲା ରାସ୍ତାପାର୍ଶ୍ୱ ଚାରା

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ବେହେରା କପଡ଼ା ବଜାର ନିକଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ରାସ୍ତାପାର୍ଶ୍ୱ ଥିବା ୫୦ରୁ ଊର୍ଦ୍ଧ୍ୱ କିସମର ଚାରା ନଷ୍ଟ ହୋଇଯାଇଛି।...

ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୬ା୨: ଆଜି ପବିତ୍ର ମହାଶିବରାତ୍ରି। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରଭୁ ଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ଉଠିଛି ମହାଦୀପ।  ରାତି...

ମନ୍ଦିରରେ ଦୀପ ଜାଳୁଜାଳୁ ଘଟିଲା ଅଘଟଣ, ଆଉ ତା’ ପରେ…

ଛତ୍ରପୁର,୨୬ା୨: ମହାଶିବରାତ୍ରି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ରିକାପଲ୍ଲୀସ୍ଥିତ ଚନ୍ଦ୍ରଶେଖର ମନ୍ଦିରରେ ଏକ ଅଘଟଣ ଘଟିଛି। ଦୀପ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଥିବା...

ନିଶା ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି କାରବାରରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ଭବାନୀପାଟଣା,୨୬ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂହଝରନ ନିକଟ ରେଳ ଧାରଣାରୁ ବୁଧବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି।...

ଅଜଣାଗାଡ଼ି ଧକ୍କାରେ ଦାଦା ମୃତ, ପୁତୁରା ଗୁରୁତର

ବାଲିଗୁଡ଼ା,୨୬ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅନ୍ତର୍ଗତ ବ୍ରହ୍ମପୁରଠାରୁ ରାୟପୁର ୫୯ ନଂ ଜାତୀୟ ରାଜପଥ କନ୍ଦିବାନ୍ଦା ବେତିଶଙ୍ଖ...

ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଶୈବପୀଠ, ଭାବ ଓ ଭକ୍ତିମୟ ପରିବେଶରେ ଜାଗର ଯାତ୍ରା ଅନୁଷ୍ଠିତ

କୋକସରା,୨୬ା୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜି ହେଉଛି ମହା ଶିବରାତ୍ରି, ଦେଶର କୋଣ ଅନୁକୋଣରେ ଥିବା ଶୈବପୀଠରେ ଭାବ ଓ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁ ମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image