Categories: ଜାତୀୟ

‘ସାରା ଜୀବନ ଶିବସେନା’ରେ ରହିବି କହୁଥିବା ନେତା ଦେଲେ ଉଦ୍ଧବଙ୍କୁ ଝଟ୍‌କା

ମୁମ୍ବାଇ,୨୬।୭: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସମସ୍ୟା କମିବାର ନାଁ ନେଉନାହିଁ। ମହାରାଷ୍ଟ୍ରରେ କ୍ଷମତା ହରାଇବା ପରଠାରୁ ଉଦ୍ଧବ ଠାକରେ ଦଳକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ମଧ୍ୟ ଏଥିରେ ବିଫଳ ହୋଇଥିବା ଜଣାପଡିଛି। ଶିବସେନାର ବରିଷ୍ଠ ନେତା ତଥା ଦଳର ଉପନେତା ଅର୍ଜୁନ ଖୋଟକର ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିଥିଲେ।
ଜଲନା ଜିଲାରେ ଅର୍ଜୁନ ଖୋଟକରଙ୍କର ଭଲ ପ୍ରଭାବ ଥିବା କୁହାଯାଏ। ଏକନାଥ ଶିନ୍ଦେଙ୍କ ସହ ଖୋଟକରଙ୍କ ସାକ୍ଷାତ ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ରାଓସାହେବ ଦାନଭେ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଅର୍ଜୁନ ଖୋଟକର ଖୁବ ଶୀଘ୍ର ଉଦ୍ଧବ ଠାକରେଙ୍କ ହାତ ଛାଡି ଏକନାଥ ଶିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି।
ସୂଚନାଯୋଗ୍ୟ, ଅର୍ଜୁନ ଖୋଟକର ଦୁଇ ଦିନ ପୂର୍ବରୁ କହିଥିଲେ ଯେ, ମୁଁ ସାରା ଜୀବନ ଶିବସେନାରେ ରହିବି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଦଳର ଉପନେତାଙ୍କ ଦାୟିତ୍ୱ ଖୋଟକରଙ୍କୁ ଦେଇଥିଲେ। କିନ୍ତୁ ଖୋଟକର ସିଧାସଳଖ ଦିଲ୍ଲୀରେ ପହଞ୍ଚି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

Share