ଗାଜିଆବାଦ,୮।୨: ଗାଜିଆବାଦ କୋର୍ଟରେ ହଠାତ୍ ଏକ ଚିତାବାଘ ପଶିଯାଇଛି। ଚିତାବାଘ କୋର୍ଟ ଭିତରେ ଉପସ୍ଥିତ ଥିବା ଅନେକ ଲୋକଙ୍କୁ ସାଂଘାତିକ ଆକ୍ରମଣ କରି ଆହତ କରିଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଓ ଜଙ୍ଗଲ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିତାବାଘକୁ ଧରିବା ପାଇଁ ଉଦ୍ୟମ ଚାଲିଛି।
ସୂଚନା ଅନୁଯାୟୀ, ଅପରାହ୍ନ ୪.୧୦ରେ ହଠାତ୍ ଏକ ଚିତାବାଘ ଆଏ୍ଟି ପାର୍ଶ୍ୱରୁ କୋର୍ଟରେ ପ୍ରବେଶ କଲା। ଚିତାବାଘ ସିଜେଏମ୍ କୋର୍ଟଙ୍କ କାର୍ଯ୍ୟାଳୟ ନଂ ୫୦୫୦-କେ ସମ୍ମୁଖରେ ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରି ଆହତ କରିଥିଲା। ଏହାପରେ ପ୍ରଥମ ମହଲାରେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟରେ ପ୍ରବେଶ କରିଥିଲା। ଏହି ଘଟଣା ସମ୍ପର୍କରେ ପୋଲିସ କମିଶନର ଏବଂ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଛି। ଏହାକୁ ଧରିବାକୁ ଚେଷ୍ଟା କରାଯାଉଛି।