ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଲେଖିବା, ପଢ଼ିବା ଜାଣିଲେ ଲୋକେ ବିଭିନ୍ନ ସରକାରୀ ସେବାର ଲାଭରୁ ବଞ୍ଚିତ ହେବା ଆଶଙ୍କା ରହିଥାଏ। ଶିକ୍ଷା ଅଜ୍ଞାନ ଅନ୍ଧକାର ଦୂର କରିବାରେ ସହାୟକ ହୋଇଥାଏ। ପଢ଼ି ଜାଣିଥିବା ଲୋକ ସରକାରଙ୍କ ଯୋଜନା ପ୍ରତି ସଚେତନ ହୋଇପାରିଥାନ୍ତି। ଶିକ୍ଷା ହେଉଛି ଏକ ମୌଳିକ ମାନବିକ ଅଧିକାର। ତେଣୁ ସମସ୍ତେ କିଭଳି ଲେଖିବା, ପଢ଼ିବା ଜାଣିବେ ତାହା ପୃଥିବୀର ପ୍ରତିଟି ଦେଶର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥାଏ।
ଦୃଷ୍ଟିରେ ରଖି ପ୍ରତିବର୍ଷ ଜାନୁୟାରୀ ୨୪ରେ ଅନ୍ତର୍ଜାତୀୟ ଶିକ୍ଷା ଦିବସ ପାଳନ କରାଯାଇଥାଏ। ୨୦୧୮ ଡିସେମ୍ବର ୩ରେ ମିଳିତ ଜାତିସଂଘର ସାଧାରଣ ସଭାରେ ଏହି ଦିବସ ପାଳନ ଲାଗି ଏକ ସଂକଳ୍ପ ଗ୍ରହଣ କରାଯାଇଥିଲା। ଏହି ଦିନକୁ ଅନ୍ତର୍ଜାତୀୟ ଶିକ୍ଷା ଦିବସ ଭାବେ ଘୋଷଣା କରାଯାଇ ବିଶ୍ୱ ଶାନ୍ତି ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ଶିକ୍ଷାର ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବାର ଉଦ୍ୟମ ଅବ୍ୟାହତ ରହିଛି।
୨୫୮ ନିୟୁତ ଶିଶୁ ଏବଂ ଯୁବକ ପାଠ ପଢ଼ିବା ଜାଣିନାହାନ୍ତି। ସେମାନଙ୍କ ଲାଗି ସ୍କୁଲ ଯିବା ସୁବିଧା ନାହିଁ। ସେହିପରି ୬୧୭ ନିୟୁତ ଶିଶୁ ଏବଂ କିଶୋର ପଢ଼ି ଜାଣନ୍ତି ନାହିଁ। ମୌଳିକ ଗଣିତ ସମ୍ପର୍କରେ ସେମାନେ କିଛି ବି ଜାଣିନାହାନ୍ତିି। ଆଫ୍ରିକାର ସାହାରା ଅଞ୍ଚଳରେ ୪୦ ପ୍ରତିଶତରୁ କମ୍ ବାଳିକା ନିମ୍ନ ମାଧ୍ୟମିକ ବିଦ୍ୟାଳୟରେ ପଢ଼ା ଶେଷ କରିଥାନ୍ତି ଏବଂ ପ୍ରାୟ ୪ ନିୟୁତ ଶିଶୁ ଏବଂ ଯୁବ ଶରଣାର୍ଥୀ ବିଦ୍ୟାଳୟକୁ ଯାଇନାହାନ୍ତି। ଏହାଦ୍ୱାରା ସେମାନଙ୍କର ଶିକ୍ଷା ଅଧିକାର ଉଲ୍ଲଂଘନ ହେଉଛି। ଏହା କେବେ ମଧ୍ୟ ଏକ ସୁସ୍ଥ ତଥା ବିକାଶଶୀଳ ସମାଜ ପାଇଁ ଗ୍ରହଣୀୟ ନୁହେଁ। ଏ ସମ୍ପର୍କରେ ଅନ୍ତର୍ଜାତୀୟ ଶିକ୍ଷା ଦିବସରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥାଏ।
ଦିବସ ପାଳନ ଅବସରରେ ବିଭିନ୍ନ ସରକାରୀ ତଥା ବେସରକାରୀ ସଂଗଠନ ପକ୍ଷରୁ ସମାନ ଗୁଣାତ୍ମକ ଶିକ୍ଷା ଏବଂ ସମସ୍ତଙ୍କ ପାଇଁ ଆଜୀବନ ସୁଯୋଗ ବିନା ଲିଙ୍ଗଗତ ସମାନତା ହାସଲ କରିବା ସଫଳ ହେବ ନାହିଁ ଏବଂ ଦାରିଦ୍ର୍ୟ ଶେଷ ହେବ ନାହିଁ ବୋଲି ସଚେତନ କରାଯାଇଥାଏ। ପ୍ରତିବର୍ଷ ଏହି ଦିବସ ଏକ ସ୍ବତନ୍ତ୍ର ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୪ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ସ୍ଥାୟୀ ଶାନ୍ତି ପାଇଁ ଶିକ୍ଷା’।