Advertisement

ଅତ୍ୟଧିକ ଋଣଭାର ନେଲା ଜୀବନ: ଆତ୍ମହତ୍ୟା କଲେ ବିଦେଶୀ, ମେଡିକାଲକୁ ଚକ୍ଷୁଦାନ କଲେ ପରିବାର

ଗଞ୍ଜାମ,୩ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଋଣ ଭାର ସହି ନ ପାରି ସେହି ଗ୍ରାମର ବିଦେଶୀ ଦଳେଇ(୫୦ ବର୍ଷ ) ମହାଶିବରାତ୍ରି ଦିନ ବିଷ ପିଇ ଦେଇଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ବିଦେଶୀଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ମେଡିକାଲଙ୍କୁ ମୃତ ବିଦେଶୀଙ୍କ ଦୁଇଟି ଚକ୍ଷୁ ପ୍ରଦାନ କରିଥିବା ଜଣାପଡିଛି। ମୃତ ବିଦେଶୀଙ୍କ ୪ ପୁଅ ଏବଂ ଗୋଟିଏ ଝିଅ ଥିବା ବେଳେ ଝିଅ ବିବାହ ସରିଛି। ଝିଅ ବାହାଘର ସମୟରେ ସେ ବିଭିନ୍ନ ଗ୍ରୁପରୁ ଋଣ ଆଣିଥିଲେ। ଋଣ ଭାର ଅସହ୍ୟ ହେବାରୁ ନିଜ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।
ପ୍ରକାଶଯୋଗ୍ୟ, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ବିଭିନ୍ନ ଗ୍ରାମକୁ ଯାଇ ପ୍ରଲୋଭନ ଦେଖାଇ ଯାଚି ଲୋନ୍‌ ଦେଇଦିଅନ୍ତି। ପରବର୍ତ୍ତୀ ସମୟରେ ଜୋରଜବରଦସ୍ତ ଆଦାୟ କରିଥାନ୍ତ। ଲୋକ ଲଜ୍ଜା ସହି ନ ପାରି ଏମିତି ଅନେକ ଲୋକ ଆତ୍ମହତ୍ୟା କରିବାକୁ ପଛାଇନାହାନ୍ତି। ଏଥିପାଇଁ ଜିଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share