୪୦ ଟଙ୍କା ପାଇଁ ଜୀବନ ଗଲା

ଭଦ୍ରକ,୨୦ା୩(ସନାତନ ରାଉତ): ମାତ୍ର ୪୦ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କର ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚରମ୍ପା ଅଞ୍ଚଳରେ। ଭଦ୍ରକ ବ୍ଲକ ସାବରଙ୍ଗ ଥାନା ବଣିଆ ଗ୍ରାମର ବିଜୟ ପଣ୍ଡା ଚରମ୍ପା ପଥରଆଡ଼ିରେ ଏକ ତେଜରାତି ଦୋକାନ କରିଥିଲେ। ବୁଧବାର ସକାଳେ ଦୋକାନ ଖୋଲିବା ପରେ ଚରମ୍ପା ୨ ନଂ ଓ୍ବାର୍ଡର କାମେଶ ପରିଡ଼ା ସଉଦା ନେବାକୁ ଆସିଥିଲେ। ସଉଦା ନେବା ପରେ ସଉଦା ବାବଦକୁ ୧୮୦ ଟଙ୍କା ବଦଳରେ ଫୋନ୍‌ ପେ’ ରେ ୧୪୦ ଟଙ୍କା ଦେଇ ପଳାଇ ଯାଉଥିଲେ। ଦୋକାନୀ ବିଜୟ ଆଉ ୪୦ ଟଙ୍କା ଦେବାକୁ ତାଙ୍କୁ ଡାକିଥିଲେ।  ସକାଳୁ ବଇନି ହୋଇନାହିଁ ୪୦ ଟଙ୍କା ବାକି ଦେବି ନାହିଁ କହିଥିଲେ। ଉଭୟଙ୍କ ମଧ୍ୟରେ ଏହି କଥାରୁ ଯୁକ୍ତିତର୍କ ପରେ କାମେଶ ରାଗିଯାଇ ବିଜୟଙ୍କୁ ଧକ୍କା ମାରିଥିଲେ। ବିଜୟ ତଳେ ପଡ଼ିଯିବା ସହ ସଂଜ୍ଞାହୀନ ହୋଇ ଯାଇଥିଲେ। ପାଖ ଦୋକାନୀମାନେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ତାଙ୍କ ପୁତୁରା ନଳିନୀ କୁମାର ପଣ୍ଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ଦେବା ପାଇଁ ଘରେ ଆଣି ରଖିଥିଲେ ୩ ଲକ୍ଷ ଟଙ୍କା, ନେଇଗଲେ ଦୁର୍ବୃତ୍ତ

କୁଆଁରମୁଣ୍ଡା,୧୪ା୧୧(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ପୌରପାଳିକା କର୍ମଚାରୀ ବିଶ୍ୱଜିତ ସାମନ୍ତରାୟଙ୍କ ଘରୁ ୩ ଲକ୍ଷ ଭତ୍ତା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ନିର୍ବନ୍ଧ ଭୋଜିରେ ଦାଦା-ପୁତୁରା ଲାଗିଗଲେ କଳି: ଚୋଟ ଖାଇଲେ ମଧ୍ୟସ୍ଥି

ଧରାକୋଟ,୧୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଜଗମୋହନ ପଞ୍ଚାୟତ ନାରାୟଣପୁର ଶାସନ ଗ୍ରାମରେ ଏକ ନିର୍ବନ୍ଧ ଭୋଜିରେ ଛୁରାମାଡ଼ ହେବାରୁ ଜଣେ...

ଦିଲ୍ଲୀ ବାଣିଜ୍ୟ ମେଳାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଣିଜ୍ୟ ମେଳା। ମେଳାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଓଡ଼ିଶା ପାଇଁ ମେଳାକୁ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା...

ଶିଶୁଦିବସ ପାଳନ ବେଳେ ଅଘଟଣ: ବକ୍ତବ୍ୟ ଦେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସହ ଘଟିଲା ଏମିତି…

କଣ୍ଟାବାଞ୍ଜି,୧୪ା୧୧(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ଉପାନ୍ତ ତୁରେକେଲା  ଥାନା କୁଇବାହାଲ ଗ୍ରାମର ପଲ୍ଲୀ ବିକାଶ ପଞ୍ଚାୟତ ହାଇସ୍କୁଲରେ  ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଦିବସ...

ଲୁଚାଇ ରଖିଥିବା ୧୧ ଦାଦନ ଶ୍ରମିକ ଉଦ୍ଧାର

ଗୋଲାମୁଣ୍ଡା,୧୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ପୋଲିସ ବୁଧବାର ନକଟିକାନୀ ଗାଁରେ ଚଢ଼ାଉ କରି ୬ ଶିଶୁ ସହ ୧୧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri