Categories: ଫୁରସତ

ସବୁଠୁ ଖରାପ ଶହେ ଖାଦ୍ୟ ଲିଷ୍ଟରେ ଆଳୁ, ବାଇଗଣ ଭରତା

ନୂଆଦିଲ୍ଲୀ: ସମସ୍ତଙ୍କ ଘରେ ବିଭିନ୍ନ ପ୍ରକାର ପନିପରିବା ରୋଷେଇ ହୋଇଥାଏ। ଏଥିମଧ୍ୟରୁ କିଛି ଏପରି ହୋଇଥାଏ, ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗେନି। ଏପରି ପରିବା ହେଉଛି କଲରା ଓ ବାଇଗଣ, ଏହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତିନି। ନିକଟରେ ଲୋକେ ପସନ୍ଦ କରୁଥିବା ଖାଦ୍ୟର ସୂଚୀ ପ୍ରକାଶ ପାଇଥିଲା। ସେଥିରେ ଏପରି କିଛି ଖାଦ୍ୟ ଥିଲା, ଯାହାକୁ ଲୋକେ ଅତ୍ୟଧିକ ଖାଉଥିଲେ। ସାଧାରଣତଃ ଘରେ ଆଳୁ, ବାଇଗଣ ଭରତା କିମ୍ବା ଚକଟାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। ତେବେ ନିକଟରେ ପ୍ରକାଶ ପାଇଥିବା ଦୁନିଆର ସବୁଠୁ ଖରାପ ଶହେ ଖାଦ୍ୟର ଏକ ଲିଷ୍ଟରେ ଏହାକୁ ବର୍ଗୀକରଣ କରାଯାଇଛି। ଏହି ସୂଚୀରେ ଆଳୁ, ବାଇଗଣ ଭର୍ତ୍ତା ୬୦ତମ ସ୍ଥାନରେ ରହିଛି। ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ଆୟର୍ଲାଣ୍ଡରେ ପ୍ରସ୍ତୁତ ଖାଦ୍ୟ ‘ହକର୍ଲ’। ଏହାକୁ ୩ ମାସ ତଳର ଷ୍ଟୋର କରି ରଖାଯାଇଥିବା ଶାର୍କ ମାଂସରେ ପ୍ରସ୍ତୁତ କରାଯାଏ। ଏହି ରାଗୁଆ ଖାଦ୍ୟ ଆୟର୍ଲାଣ୍ଡର ଲୋକେ ବେଶ୍‌ ପସନ୍ଦ କରିଥାନ୍ତି।

Share