ଚର୍ଚ୍ଚାରେ କୁନି ଗଙ୍ଗୁବାଇଙ୍କ ଭିଡିଓ, ଯିଏ ଦେଖୁଛି…

ବମ୍ବେ: ରିଲିଜ ପୂର୍ବରୁ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ସେଥିରେ ଡାଏଲଗ ସାଙ୍ଗକୁ ଆଲିଆଙ୍କ ଅଭିନୟ ସମସ୍ତଙ୍କ ମନ କିଣିବାରେ ହୋଇଛି ସଫଳ। କ୍ରେଜ୍‌ ଏପରି ଯେ କିଛି ଡାଏଲଗ୍‌କୁ ନେଇ ରିଲ୍‌ କରୁଥିବା ଦେଖାଯାଇଛି। ଏହି କ୍ରମରେ ଜଣେ ଛୋଟ ଝିଅ ଆଲିଆଙ୍କ ଡାଏଲଗ୍‌ କପି କରୁଥିବା ଦେଖିବାକୁ ମିଳିଛି। କେହି କେହି ତାଙ୍କୁ ‘କୁନି ଗଙ୍ଗୁବାଇ’ ବୋଲି କହୁଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେଉଛି।

ଦେଖନ୍ତୁ ଭିଡିଓ:

 

କହିରଖୁଛୁ, ଆଲିଆଙ୍କର ଏହି ଫିଲ୍ମ ଫେବୃୟାରୀ ୨୫ରେ ପରଦାକୁ ଆସିବ। ଏଥିରେ ଆଲିଆଙ୍କ ସହ ଅଭିନେତା ଅଜୟ ଦେବଗନ ଏବଂ ବିଜୟ ରାଜ ପ୍ରମୁଖ ଭୂମିକାରେ ନଜର ଆସିବେ।

Share