Categories: ବାଣିଜ୍ୟ

ଏମ୍‌ଏସ୍‌ଏମ୍‌ଇ ଲାଗି ୧.୨୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ,୨୧।୭: କରୋନା ପାଇଁ ନଗଦ ସମସ୍ୟା ସହ ଜୁଝୁଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଦେଶର ବ୍ୟାଙ୍କଗୁଡ଼ିକ ୧.୨୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ଜଣାପଡିଛି। ଏହି ଋଣ କେନ୍ଦ୍ର ସରକାରଙ୍କ ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌ ଦ୍ୱାରା ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ସଂସ୍ଥାଗୁଡିକୁ ମୋଟ ୩ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇଦେବା ଲାଗି ସରକାର ଯୋଜନା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୭୭,୬୧୩ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ପ୍ୟାକେଜ ଅନ୍ତର୍ଗତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ସମ୍ପର୍କରେ ଘୋଷଣା କରିଥିଲେ। ଏହା ମଧ୍ୟରେ ୧୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମେତ ଘରୋଇ ଏବଂ ଏନ୍‌ବିଏଫ୍‌ସିଗୁଡ଼ିକ ଋଣ ଯୋଗାଣ ଦିଗରେ କାମ କରୁଛନ୍ତି।

Share