ଘରେ ସ୍ବାମୀ ନ ଥିବାବେଳେ ଆସୁଥିଲେ ପ୍ରେମିକ: ଦୁହେଁ ମିଶି ସ୍ବାମୀଙ୍କୁ ହଟାଇଦେଲେ ରାସ୍ତାରୁ: ଏବେ ପ୍ରେମିକଙ୍କୁ ଆଜୀବନ, ସ୍ତ୍ରୀଙ୍କ ନାଁରେ…

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଅନୈତିକ ସମ୍ପର୍କରୁ ସ୍ତ୍ରୀ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିବା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌ -୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ହତ୍ୟାକାରୀ କଳାହାଣ୍ଡି ଜିଲା ଭବାନୀପାଟଣା ଶମ୍ଭୁନଗର ପୁରୁଣାପଡ଼ାର ସରୋଜ ମହାରଣା ଓରଫ ରାକେଶ(୩୮)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ରାୟରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ହତ୍ୟାର ଶିକାର ହୋଇଥିବା ପ୍ରଫୁଲ୍ଲ କୁମାର ସାହୁଙ୍କ ଦୁଇ ପିଲା ବାପଛେଉଣ୍ଡ ହୋଇଯାଇଥିବାରୁ ସେମାନଙ୍କ ଭରଣପୋଷଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତା ତଥା ପ୍ରଫୁଲ୍ଲଙ୍କ ସ୍ତ୍ରୀ ମିତା ସାହୁ (୩୫) ଜାମିନରେ ରହି ବିଚାର ବେଳେ କୋର୍ଟରେ ହାଜର ହୋଇ ନ ଥିବାରୁ ତାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ, ପ୍ରଫୁଲ୍ଲ ଓ ସରୋଜ ଦୁଇ ଜଣ ଟ୍ରକ ଡ୍ରାଇଭର। ଉଭୟେ ସଦର ଥାନା ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ ରହୁଥିଲେ। ପ୍ରଫୁଲ୍ଲଙ୍କ ସହ ତାଙ୍କ ସ୍ତ୍ରୀ ମିତା ଓ ୨ ପୁଅ ମଧ୍ୟ ରହୁଥିଲେ। ସରୋଜ ଅଧିକାଂଶ ସମୟ ତାଙ୍କ ଘରକୁ ଯା’ଆସ କରିବା ମଧ୍ୟରେ ମିତାଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ପ୍ରଫୁଲ୍ଲଙ୍କ ଅନୁପସ୍ଥିତିରେ ସରୋଜ ତାଙ୍କ ଘରେ ରହୁଥିଲେ। ଏ କଥା ଜାଣିବା ପରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦିନକୁ ଦିନ ଝଗଡା ବଢ଼ିବାରେ ଲାଗିଥିଲା। ମିତା ପ୍ରେମିକ ସରୋଜ ସହ ମିଶି ସ୍ବାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ୨୦୨୦ ଜାନୁଆରୀ ୨୧ ତାରିଖ ରାତିରେ ପ୍ରଫୁଲ୍ଲ ଘରକୁ ଆସିବା ବେଳେ ଭିତରେ ସରୋଜ ଥିବା ଦେଖି ତାଙ୍କୁ ବିରୋଧ କରିଥିଲେ। ପରେ ମିତା ଓ ସରୋଜ ମିଶି ତାଙ୍କୁ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ପ୍ରଫୁଲ୍ଲଙ୍କ ଦାଦା ପୁଅ ଭାଇ ମହେନ୍ଦ୍ର ଏ ନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୯/୨୦ରେ ମାମଲା ରୁଜୁ କରି ମିତା ଓ ସରୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ୧୭ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ମାମଲାର ପ୍ରତ୍ୟକ୍ଷଦର୍ଶୀ ଥିବା ପ୍ରଫୁଲ୍ଲଙ୍କ ୨ ପୁଅ, ଭଣଜାଙ୍କ ବୟାନ, ପୋଲିସ ପକ୍ଷରୁ ଦାଖଲ ଚାର୍ଜଶିଟ୍‌କୁ ଆଧାର କରି ଜଜ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ସୌଭାଗ୍ୟ କୁମାର ମିଶ୍ର ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଛୁଆକୁ ଟାଣି ଖାଇଲା ବାଘ

ପାତ୍ରପୁର,୮ା୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି । ପାତ୍ରପୁର ବ୍ଲକ ଜୟନ୍ତୀପୁର ଗ୍ରାମ ନିକଟରେ ରାତିରେ ଜଣେ ଅଟୋ...

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ...

ଯାଜପୁରରେ ଏକାଠି ଦେଖାଗଲେ ବର୍ଷା-ଅନୁଭବ, ରାଜନୀତିରେ ହଲଚଲ!

ଭୁବନେଶ୍ୱର,୮।୧୧:ଯାଜପୁର କାଳୀପୂଜାରେ ଏକାଠି ହୋଇଛନ୍ତି ବର୍ଷା-ଅନୁଭବ । ବିବାହ ବିଚ୍ଛେଦ ପରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି । ହେଲେ କେହି କାହା ବିଷୟରେ ମୁହଁ...

ନୂଆଁଖାଇ ପରେ ବର୍ଷା ଉଭାନ: ତେଜିଲା ମରୁଡ଼ି ଘୋଷଣା ଦାବି

କୋକସରା,୮ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଚଳିତ ବର୍ଷ ନୂଆଁଖାଇ ପରେ ବର୍ଷା ଉଭାନ ହୋଇଯାଇଛି। ଫଳରେ ବ୍ଲକର ୨୨ ପଞ୍ଚାୟତରେ ଖରିଫ...

ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ: ବଜାୟ ରହିଲା ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ପଦ

କୋରାପୁଟ,୧୧।୮: କୋରାପୁଟ ଜିଲା ସୁନାବେଡ଼ା ପୌର ଉପାଧ୍ୟକ୍ଷ ଅନାସ୍ଥା ଭୋଟ ବାତିଲ ହୋଇଛି। କୋରମ ଅଭାବରୁ ଏହା ବାତିଲ ହୋଇଥିବା ଜଣାପଡ଼ିଛି। ଜଣେ ବିଜେଡି ସଦସ୍ୟ...

ବାଲିଯାତ୍ରାକୁ ନେଇ ଉଠା ଦୋକାନୀଙ୍କ ଉପରେ ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ

କଟକ,୮।୧୧: କଟକ ବାଲିଯାତ୍ରାରେ ଫୁଟ୍‌ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି।...

ସାମାନ୍ୟ ବଚସା ହେଲା କାଳ: ଖୁଡ଼ିଙ୍କ ଗଳାକାଟି ହତ୍ୟା କଲେ ପୁତୁରା

ଧରାକୋଟ,୮।୧୧: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମାଟାଙ୍କୁରା ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ...

ଦାରିଙ୍ଗବାଡିରେ ଡମ୍ପିଂୟାର୍ଡ ନଥିବା ଘଟଣା: ଖବର ପ୍ରକାଶ ପରେ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରପାଇଁ ପଡ଼ିଲା ଭିତ୍ତିପ୍ରସ୍ତର 

ଦାରିଙ୍ଗବାଡି,୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର ଭାବେ ପରିଚିତ। ଶୀତ ଋତୁରେ ଏଠାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।  ତେବେ ଦାରିଙ୍ଗବାଡ଼ି ବଜାର ସମେତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri