ବୁଢ଼ାବଳଙ୍ଗ ପୋଲକୁ ବିପଦ ନିମ୍ନମାନର ପିଲାର

ବାରିପଦା ଅଫିସ,୧୪।୬ (ନିଳାଦ୍ରୀ ବିହାରୀ ଦଣ୍ଡପାଟ)
ରାଜ୍ୟରେ ନିର୍ମାଣାଧିନ କିମ୍ବା ନିର୍ମିତ ପୋଲ ଭୁଶୁଡ଼ିବା ଘଟଣାର ଅନେକ ନଜିର ରହିଛି। ଅନଭିଜ୍ଞ କର୍ମଚାରୀମାନଙ୍କ ପାଇଁ ନିମ୍ନମାନର କାର୍ଯ୍ୟ ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି। ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଠିକାଦାରଙ୍କ ଚାପରେ ପଡ଼ି ଅଧିକାରୀମାନେ ଆଖି ବୁଜି ଦେଉଥିବାରୁ ଏପରି ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି। ନିର୍ଦ୍ଦିଷ୍ଟ ଗଭୀର ବିଶିଷ୍ଟ ପିଲର ନିର୍ମାଣ କରାଯାଇ ନ ଥିବାରୁ ଏକ ପୋଲ ବିପଦ ସଙ୍କୁଳ ହୋଇଛି। ମୟୂରଭଞ୍ଜ ଜିଲା ବେତନଟୀ-ବଡ଼ସାହି ରାସ୍ତାର ବେଲପାଳ ଗ୍ରାମରେ ଥିବା ବୁଢ଼ାବଳଙ୍ଗ ନଦୀରେ ନିର୍ମିତ ପୋଲ କ୍ଷେତ୍ରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି।
ବ୍ୟସ୍ତ ବହୁଳ ଉକ୍ତ ରାସ୍ତାରେ ପୋଲ ନିର୍ମାଣ ଲାଗି ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା। ଏହାକୁ ନେଇ ୧୯୯୭ରେ ତକତ୍ାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପୂର୍ତ୍ତ ବିଭାଗ ଅଧୀନରେ ପୋଲର ନିର୍ମାଣ କାର୍ଯ୍ୟ ୧୯୯୯ରୁ ଆରମ୍ଭ କରାଯାଇଥିଲା। କୋଟି କୋଟି ଟଙ୍କା ବ୍ୟୟ ବରାଦରେ ୨୭୦ମିଟର ଦୈଘ୍ୟ ବିଶିଷ୍ଟ ଏହି ପୋଲ ନିର୍ମାଣ କାର୍ଯ୍ୟ ୮ବର୍ଷ ଧରି ଚାଲିବା ପରେ ସମ୍ପୂର୍ଣ୍ଣ ହୋଇଥିଲା। ୨୦୦୬ରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ମାତ୍ର ନିର୍ମାଣର କିଛି ବର୍ଷ ପରେ ପୋଲର ଉତ୍ତର ପାର୍ଶ୍ୱରେ ଥିବା ୩ଟି ପିଲର ଦବିବା ଆରମ୍ଭ କରିଥିଲା। ଧିରେ ଧିରେ ଏହା ବୃଦ୍ଧି ପାଇବା ଦ୍ୱାରା ପିଲର ଉପରେ ସମାନ୍ତରାଳ ଭାବେ ପଡ଼ିଥିବା ସ୍ଲାବ ଗୁଡ଼ିକ ଢେଉ ସଦୃଶ ହେବାକୁ ଲାଗିଛି। ବିଭାଗୀୟ ଅଧିକାରୀମାନେ ଏହାକୁ ଲୁଚାଇବାକୁ ଯାଇ ପିଚୁରେ ହମ୍ପସ ନିର୍ମାଣ କରିଛନ୍ତି ା ପୋଲ ଉପରେ ଭାରିଯାନ ଚଳାଚଳ କରିବା ସମୟରେ ଉକ୍ତ ସ୍ଥାନରେ ପାର ହେବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ପୋଲର ୩ଟି ସ୍ଥାନରେ ସ୍ଲାବ ଉଠି ଯାଇଥିବାରୁ ବିପଦ ଆଶଙ୍କା ସୃଷ୍ଟି ହୋଇଛି। କେଉଁ ମୁହୂର୍ତ୍ତରେ ଅଘଟଣ ଆଶଙ୍କାକୁ ଏଡାଯାଇ ପାରିବ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏହି ପୋଲ ଦେଇ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନାହିଁ ା କୌଣସି ଅଘଟଣ ହେବା ପୂର୍ବରୁ ଏହାର ତଦନ୍ତ କରି ଆଶୁ ପଦକ୍ଷେପ ଗ୍ରହଣ କରାଗଲେ ଧନଜୀବନ ନଷ୍ଟ ହେବାରୁ ରକ୍ଷା ମିଳନ୍ତା ବୋଲି ସ୍ଥାନୀୟ ଅଞ୍ଚଳର ପ୍ରବୋଧ ଭୂୟଁା, ସଞ୍ଜୟ ଜେନା ଓ ସଦାନନ୍ଦ ଦଣ୍ଡପାଟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିର୍ମାଣ ସମୟରେ ୩ଟି ପିଲରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଉକ୍ତ ପିଲରକୁ ଅଧିକ ଦବାଇବାକୁ ଚେଷ୍ଟା କରା ନ ଯାଇ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରୁ ପରବର୍ତ୍ତୀ ସମୟରେ ଏପରି ଅବସ୍ଥା ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ପଠାଇ ଏହାର ତଦନ୍ତ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାବଜାରୀଙ୍କୁ କଡ଼ା ଚେତାବନୀ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୦ା୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ମଧ୍ୟ ସତର୍କ ରହିଛନ୍ତି। କଳାବଜାରୀଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡ଼ା ଚେତାବନୀ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ...

ନବୀନଙ୍କୁ ନେଇ ଏହି ବଡ଼ କଥା କହିଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ…

କଟକ,୨୦ା୧୦: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରବିବାର ଏକ ବଡ଼ କଥା କହିଦେଇଛନ୍ତି। ଯାହାକୁ ନେଇ ରାଜନୈତିକ...

ବାପ-ପୁଅଙ୍କୁ ଏସିଡ୍‌ ମାଡ଼ ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ତୁମୁଡ଼ିବନ୍ଧ,୨୦ା୧୦(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମର ବାପ-ପୁଅଙ୍କୁ ଏସିଡ୍‌ ମା’ ଘଟଣାର ତଦନ୍ତ ଆରମ୍ଭ କରି ସେହି...

ମାଲ୍‌ ପରିବହନ ଗାଡ଼ିରେ ଜିପିଏସ୍‌ ଲାଗୁ ପାଇଁ ଦାବି କଲେ ସୋଫିଆ

କଟକ,୨୦ା୧୦: ମାଲ୍‌ ପରିବହନକାରୀ ଗାଡ଼ିରେ ଜିପିଏସ୍‌ ଲାଗୁ କରିବାକୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଦାବି କରିଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ନେଇ ଆୟୋଜିତ ସମୀକ୍ଷା ବୈଠକରେ...

ଟିଟିଲାଗଡ଼ରୁ କେସିଙ୍ଗା-ଜୁନାଗଡ଼ ଦ୍ରୁତଗାମୀ ଟ୍ରେନ୍‌ ଚଳାଚଳ ନେଇ ପ୍ରସ୍ତାବ

କେସିଙ୍ଗା,୨୦ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ରେଳଯାତ୍ରୀ ସଂଘର ପ୍ରଥମ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ୟଙ୍ଗ୍‌ ବ୍ଲଡ୍‌ ପବ୍ଲିକ ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିନା କୋଚିଂରେ ଓଏଏସ୍‌ ପାାଇଲେ ସବ୍‌ନମଶ୍ରୀ: ଧରିତ୍ରୀକୁ ସାକ୍ଷାତକାର ଦେଇ କହିଲେ…

ଅମରପାଲି,୨୦।୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଚମ୍ପାମାଳ ଗ୍ରାମର ସବ୍‌ନମଶ୍ରୀ ମେହେର ଓଡ଼ିଶା ପ୍ରଶସନିକ ପରୀକ୍ଷା(ଓଏଏସ୍‌)ରେ  କୃତକାର୍ଯ୍ୟ ହୋଇଛନ୍ତି। ସେ ୪୪୯  ର଼୍ୟାଙ୍କରେ ରହିି ଏହି...

କୋରାପୁଟ ଜିଲା ପାଇଁ ଆଣିଲେ ଗୌରବ: ଓଏଏସ ପରୀକ୍ଷାରେ ୬ ଜଣଙ୍କୁ ସଫଳତା

କୋରାପୁଟ,୨୦।୧୦(ଅମିତାଭ ବେହେରା ): ରାଜ୍ୟ ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୋରାପୁଟ ଜିଲାର ୬ ଜଣ ଯୁବତୀ ଓ...

କୁନି ପୁଅକୁ ରେଳ ଧାରଣାରେ ବାନ୍ଧି ଘରଲୋକଙ୍କୁ ଫଟୋ ପଠାଇଲେ ବାପା, ତା’ ପରେ…

ବଲାଙ୍ଗୀର,୨୦।୧୦: ପାରିବାରିକ ବିବାଦରୁ ସ୍ବାମୀଙ୍କ ଅଜବ କାଣ୍ଡ। ନିଜର ଛୋଟ ପୁଅକୁ ରେଳଧାରଣାରେ ବାନ୍ଧି ମାରିବାକୁ ଉଦ୍ୟମ କରିଥିଲେ। ପରିବାରଲୋକେ ବଲାଙ୍ଗୀର ପୋଲିସକୁ ଖବର ଦେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri