କେତେବେଳେ ବି ଘଟିପାରେ ବଡ଼ ଅଘଟଣ: ମୃତ୍ୟୁକୁ ଆମନ୍ତ୍ରଣ କରୁଛି ମୁକୁଳା ଟ୍ରାନ୍ସଫର୍ମର

ଥୁଆମୂଳ ରାମପୁର,୭।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନେକ ସ୍ଥାନରେ ଲାଗିଥିବା ଟ୍ରାନ୍ସଫର୍ମର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଦ୍ୟୁତ ବିଭାଗର ଅବହେଳା ପାଇଁ କେତେବେଳେ ଘଟିପାରେ ବଡ଼ ଅଘଟଣ। ମୃତ୍ୟୁକୁ ଆମନ୍ତ୍ରଣ କରୁଛି ବ୍ଲକ ମୁଖ୍ୟ ଫାଟକ ବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି। ଏଠାରେ ପ୍ରତିଦିନ ଗ୍ରାହକ ଆସି ଜମା ହୁଅନ୍ତି।

ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ଏହି ବ୍ଲକ ମୁଖ୍ୟ ଫାଟକ ପାଖର ବା ବ୍ୟାଙ୍କକୁ ସଂଯୋଗ କରୁଥିବା ଏହି ଟ୍ରାନ୍ସଫର୍ମର ୧୧କେବି ତାର ସଂସ୍ପର୍ଶରେ ଆସି ଦୁଇଜଣ ଶ୍ରମିକ ମେଡିକାଲରେ ବର୍ତ୍ତମାନ ଜୀବନମରଣ ସହ ସଂଘର୍ଷ କରୁଛନ୍ତି l ତଥାପି ବି ବିଦ୍ୟୁତ ବିଭାଗର ନିଦ ଭାଙ୍ଗି ନାହିଁ l

ଠିକ ସେମିତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯିବା ମୁଖ୍ୟ ରାସ୍ତା ବା ତହସିଲ କାର୍ଯ୍ୟାଳୟକୁ ଯିବା ରାସ୍ତାକଡ଼ରେ ଥିବା ପମ୍ପ ହାଉସକୁ ସଂଯୋଗ କରୁଥିବା ଟ୍ରାନ୍ସଫର୍ମର ଏବଂ ତାଲବନ୍ଧପଡ଼ା ପାଖରେ ଥିବା ପୋଖରୀ ହୁଡ଼ରେ ଲାଗିଥିବା ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ରହିଛି। ଲୋକେ ସେଠାକୁ ମଧ୍ୟ ପ୍ରତିଦିନ ଶୌଚ କରିବାକୁ ଯାଉଛନ୍ତି। ଏମିତି ଅନେକ ଅଞ୍ଚଳର ବିଭିନ୍ନ ଗହଳି ସ୍ଥାନ ଗୁଡିକରେ ଲାଗିରହିଥିବା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ସୁରକ୍ଷା ବାଡ଼ ନାହିଁ। ଯାହାଫଳରେ ଲୋକଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି l ଏଣୁ ତୁରନ୍ତ ମୁକୁଳା ଅବସ୍ଥାରେ ରହିଥିବା ଟ୍ରାନ୍ସଫର୍ମରର ଚାରିପଟେ ସୁରକ୍ଷା ବାଡ଼ ଦେବାକୁ ସାଧାରଣରେ ଦାବି ହେଉଛି l


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ ବ୍ରାହ୍ମଣୀପାଳ ରେଞ୍ଜ ହରିଚନ୍ଦନପୁର ବ୍ଲକ ବରେଇଗୋଡା ପଞ୍ଚାୟତ ତୁର୍କିପଦା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ...

ଫାଷ୍ଟଫୁଡ଼ ଦୋକାନୀଙ୍କୁ ଗୁଳିମାଡ଼, ୨ ଜଣଙ୍କୁ କୋର୍ଟ ଚାଲାଣ

ଭବାନୀପାଟଣା/ସିନାପାଲି,୭।୧୦(ଉତ୍ତମ କୁମାର ଦାଶ/ମନଫୁଲ ମେହେର): ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକଠାରେ ରବିବାର ରାତିରେ ନିଳାମ୍ବର ମେହେର ନାମକ ଜଣେ ଫାଷ୍ଟଫୁଡ଼ ଦୋକାନୀଙ୍କୁ...

ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ...

୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ

ମୟୁରଭଞ୍ଜ,୭।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଆସନ୍ତା ପର୍ଯ୍ୟଟନ ଋତୁ ୨୦୨୪-୨୫ ପାଇଁ ଅକ୍ଟୋବର ୧୦ ତାରିଖରୁ ପର୍ଯ୍ୟଟକଙ୍କ ଲାଗି...

ଶ୍ୱଶୁର ଘରୁ ମିଳିଲା ଜ୍ୱାଇଁଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ନିରାକାରପୁର, ୭।୧୦(ନିରାକାରପୁର ): ଶ୍ୱଶୁର ଘରୁ ଜ୍ୱାଇଁଙ୍କ ମୃତଦେହକୁ ଜଙ୍କିଆ ପୋଲିସ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଙ୍କିଆ ଥାନା ଅଧିନସ୍ଥ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ମାମଲା: ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବୁଡୁ ସାହୁ ନାମକ ଜଣେ...

ବାଇକ ଉପରେ ଚଢିଗଲା ଟ୍ରଲର, ଦୁର୍ଘଟଣାରେ ୩ ମୃତ

କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟସ୍ଥିତ ୨୦ନମ୍ବର ଜାତୀୟ ରାଜପଥ ଲଙ୍ଗଳକଣ୍ଟି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ...

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବୋମା: ବଳଦ ମୁହଁରେ ଫୁଟିଲା…

କେନ୍ଦୁଝର,୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବୋମା ବଳଦ ମୁହିଁରେ ଫୁଟି ଯିବାରୁ ସେ ଗୁରୁତର ହୋଇଛି। ଏଭଳି ଏକ ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri