ଶାରୀରିକ ସମ୍ପର୍କ ସମୟରେ କହିବା ସତ୍ତ୍ୱେ ପୁରୁଷ ବନ୍ଧୁ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ ନ କରିବା ବଳାତ୍କାର ସହ ସମାନ, କାନାଡ଼ା ସୁପ୍ରିମ୍‌ କୋର୍ଟ…

ଅଟଓ୍ବା, ୩୧।୭ : କାନାଡାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ପାର୍ଟନରଙ୍କ ଅନୁରୋଧ ପରେ ମଧ୍ୟ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନକରନ୍ତି, ତେବେ ଏହା ଯୌନ ହିଂସା ପରିସରକୁ ଆସିବ। ଅର୍ଥାତ୍‌ ଏହାକୁ ବଳାତ୍କାର ବୋଲି ବିବେଚନା କରାଯିବ।

ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ୨୦୧୭ ରେ ଜଣେ ପୁରୁଷ ଏବଂ ଜଣେ ମହିଳା ଅନଲାଇନ ବାର୍ତ୍ତାଳାପ ପରେ ପରସ୍ପର ସହ ଯୋଗାଯୋଗ କରିଥିଲେ। ପରେ ଦୁହେଁ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇଥିଲେ। ମହିଳାଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ କହିବା ପରେ ମଧ୍ୟ ପୁରୁଷ ଜଣକ କୌଣସି ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର କରି ନଥିଲେ।

ମହିଳା କହିଥିଲେ ଯେ ଶାରୀରିକ ସମ୍ପର୍କ ରଖିଥିବା ବ୍ୟକ୍ତି ତାଙ୍କ ପାଇଁ ଅଜ୍ଞାତ ଥିଲେ। ତେଣୁ ଶାରୀରିକ ସମ୍ପର୍କ ରଖିବା ପରେ ମହିଳା ଜଣକ ଏଚଆଇଭି ପରୀକ୍ଷା କରିଥିଲେ, ଯାହା ଦ୍ୱାରା ସେ ଏଚ୍‌ଆଇଭି ପଜିଟିଭ ହୋଇଛନ୍ତି କି ନାହିଁ ତାହା ଜଣା ପଡିବ। ମହିଳାଙ୍କ ପରିଚୟ ଗୁପ୍ତ ରଖାଯାଇଛି। ଏଥି ସହିତ, ଅଭିଯୁକ୍ତ ହେଉଛନ୍ତି ରସ ମ୍ୟାଙ୍କେଜି କିର୍କପାଟ୍ରିକ। ତାଙ୍କ ବିରୋଧ ମହିଳା ଜଣଙ୍କକ ବଳାତ୍କାର ଅଭିଯୋଗ ଆଣିଛନ୍ତି। ନିମ୍ନ ଅଦାଲତ ମହିଳାଙ୍କ ଅଭିଯୋଗକୁ ଖାରଜ କରି ଦେଇଥିଲେ।

ପରେ ଏହି ବ୍ରିଟିଶ କଲମ୍ବିଆ କୋର୍ଟ ଅଫ ଅପିଲ ଦ୍ୱାରା ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରାଯାଇ କିର୍କପ୍ରାଟିକ୍‌ଙ୍କୁ ଦୋଷର ସାବ୍ୟସ୍ତ କରାଯାଇଥିଲା। ଏହା ପରେ ଅଭିଯୁକ୍ତ କିର୍କପାଟ୍ରିକ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।

ସୁପ୍ରିମ୍‌ କୋର୍ଟ ଗତ ନଭେମ୍ବରରେ ଏହାର ଶୁଣାଣି ଆରମ୍ଭ କରିଥିଲେ। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବିନା ସମ୍ପର୍କ ରଖିବା ଏବଂ ଏହା ସହିତ ସମ୍ପର୍କ ମଧ୍ୟରେ ତୁଳନା କରିବା ମଧ୍ୟରେ ଏକ ମୌଳିକ ତଥା ଗୁଣାତ୍ମକ ପାର୍ଥକ୍ୟ ଅଛି। ୪-୫ ଭୋଟ ପରେ ଏହି ମାମଲାରେ ବେଞ୍ଚ ଏଭଳି ରାୟ ଦେଇଛନ୍ତି। ଏହି ରାୟ ମହିଳାଙ୍କ ସପକ୍ଷରେ ରହିଛି। କୋର୍ଟ କହିଛନ୍ତି ଯେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥାର ବ୍ୟବହାର ଅପ୍ରାସଙ୍ଗିକ, ଗୌଣ କିମ୍ବା ଆକସ୍ମିକ ଘଟଣା ହୋଇପାରିବ ନାହିଁ ଯେତେବେଳେ ଅଭିଯୋଗକାରୀ ଏହାର ବ୍ୟବହାର ନେଇ ସହମତି ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, ବ୍ରିଟେନ ଏବଂ ସ୍ବିଜରଲ୍ୟାଣ୍ଡର କୋର୍ଟ ମଧ୍ୟ ଲୋକଙ୍କୁ ଶାରୀରିକ ସମ୍ପର୍କ ସମୟରେ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବ୍ୟବହାର ନ କରିବାକୁ ଅପରାଧ ବର୍ଗରେ ରଖିଛନ୍ତି।

Share