Categories: ଜାତୀୟ

ବିମାନରେ ବସି ହାଇଜ୍ୟାକ୍‌ ବିଷୟରେ କଥା ହେଉଥିଲେ ଯାତ୍ରୀ, କର୍ମଚାରୀଙ୍କ ଅଭିଯୋଗରେ ହେଲେ ଗିରଫ

ଭିଷ୍‌ତରା ଏୟାର ଲାଇନ୍ସର ବିମାନ ଉଡ଼ାଣ ସମୟରେ ରିତେଶ ସଞ୍ଜୟକୁକର ଜୁନେଜା ନାମକ ଜଣେ ପୁରୁଷ ଯାତ୍ରୀଙ୍କୁ ବିମାନ କର୍ମଚାରୀ ସଦସ୍ୟଙ୍କ ଅଭିଯୋଗରେ ଗିରଫ କରାଯାଇଛି। ସେ ହାଇଜ୍ୟାକ୍‌ ବିଷୟରେ କଥା ହେଉଥିବାର ବିମାନ କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। କର୍ମଚାରୀଙ୍କ ଅଭିଯୋଗ ପରେ ସେ ଗିରଫ ହୋଇଥିଲେ। ଗିରଫ ପରେ ସେ କହିଛନ୍ତି, ମାନସିକ ସ୍ତରରେ ସେ ଅସୁସ୍ଥ ଅଛନ୍ତି। ଯେଉଁଥିପାଇଁ ସେ ବିମାନରେ ଏପରି କଥା ହୋଇଥିଲେ। ସାହାର ପୋଲିସ ଆଇପିସିର ଧାରା ୩୩୬ ଏବଂ ୫୦୫(୨) ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ମୁମ୍ବାଇ-ଦିଲ୍ଲୀର ଭିଷ୍‌ତରା ଏୟାର ଲାଇନ୍‌ ସଧ୍ୟା ୬.୩୦ରେ ଉଣାଡ ଭରିଥିଲା। ଟେକ୍‌ଅଫ୍‌ କରିବା ପୂର୍ବରୁ ସମସ୍ତ ଯାତ୍ରୀ ଏବଂ ବିମାନର କର୍ମଚାରୀମାନେ ନିଜ ସିଟ୍‌ରେ ବସି ଯାଇଥିଲେ। କିନ୍ତୁ ପରେ ଜଣେ ଯାତ୍ରୀ ବଡ ପାଟରେ ଚିଲ୍ଲେଇବାକୁ ଲାଗିଲେ। ଏପରି ପାଟିତୁଣ୍ଡ ଶୁଣି ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ବିମାନ ହାଇଜ୍ୟାକ୍‌ ହୋଇଯାଇଛି ବୋଲି ଭୟଭୀତ ହୋଇ ପଡିଥିଲେ। ପରସ୍ଥିତିକୁ ସମ୍ଭାଳିବା ପାଇଁ କର୍ମଚାରୀମାନେ ବିମାନରେ ସିଆଇଏସଏଫଙ୍କୁ ଡାକିଥିଲେ। ସିଏସଏଫ କର୍ମଚାରୀମାନେ ବିମାନର ସମସ୍ତ ଯାତ୍ରୀଙ୍କୁ ବିମାନରୁ ନେଇ ଯାଇଥିଲେ। ତେବେ ଏହା ପରେ ସମଗ୍ର ବିମାନକୁ ଖୋଜାଖୋଜି କରାଯାଇଥିଲା। ଏଥିଯୋଗୁ ବିମାନ ଚାରି ଘଣ୍ଟା ବିଳମ୍ବ ହୋଇଥିଲା।

 

Share