ମୁଖ୍ୟମନ୍ତ୍ରୀଙ୍କ ପାଇଁ କେନ୍ଦୁଝରରୁ କେନ୍ଦୁ ଆଣିଥିଲେ ଜଣେ ବ୍ୟକ୍ତି: ଏହା ଦେଖିବା ପରେ ହଠାତ୍‌…

ଭୁବନେଶ୍ୱର,୪।୮:ନୂଆ ସରକାର ଗଠନ ପରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝି ଲୋକପ୍ରିୟତା ହାସଲ କରିଛନ୍ତି। ବିଭିନ୍ନ ସମୟରେ ସେ ଲୋକଙ୍କ ସହିତ ସହଜରେ ମିଶୁଛନ୍ତି, ସୁଖଦୁଃଖ ହେଉଛନ୍ତି ଏବଂ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଆଶ୍ୱାସନା ମଧ୍ୟ ଦେଉଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଏକ ଶୃଙ୍ଖଳିତ ଓ ସମୟୋଚିତ ବ୍ୟବସ୍ଥା ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି।
ଏହି କ୍ରମରେ ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଲୋକ ଓ ବିଭିନ୍ନ ସଙ୍ଗଠନର ସଦସ୍ୟମାନେ ଭେଟି ଶୁଭେଛା ଜଣାଇଥିଲେ। ଏହି ଅବସରରେ କେନ୍ଦୁଝରରୁ ଜଣେ ଲୋକ ଶ୍ରଦ୍ଧାରେ ଆଣିଥିବା କେନ୍ଦୁ ମୁଖ୍ୟମନ୍ତ୍ରୀ ନେଇ ଖାଇଥିଲେ। ମୁଖ୍ୟମନ୍ତ୍ରୀ କେନ୍ଦୁ ଖାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।